‘ମଙ୍କିପକ୍ସ’କୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ଲକ୍ଷଣ ଥିଲେ ପୁନେକୁ ପରୀକ୍ଷା ଲାଗି ନମୂନା ପଠାଯିବ

‘ମଙ୍କିପକ୍ସ’କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଚିହ୍ନଟ ହୋଇ ନାହିଁ। ମଙ୍କିପକ୍ସ ଭଳି କିଛି ଲକ୍ଷଣ ଥିଲେ ଅର୍ଥାତ ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହସାରା ଫଳି ଯିବା, ଘା’ ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ନମୂନା ପଠାଯିବ। ତାପରେ ତାହା ଜଣାପଡ଼ିବ ମଙ୍କି ପକ୍ସ ହୋଇଛି ନା ନାହିଁ। ସୂଚନାଯୋଗ୍ୟ, ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ। ଏବେ ନାଇଜେରିଆରୁ ଟେକ୍ସାସ ଆସିବା ବାଟରେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେ ନେଇ ସନ୍ଧାନ ଆରମ୍ଭ ହୋଇଛି। କରୋନା ଭୂତାଣୁ ଭଳି ‘ମଙ୍କିପକ୍ସ’ ଭୂତାଣୁ ମଧ୍ୟ ନିଶ୍ୱାସ ମାଧ୍ୟମରେ ଶରୀରକୁ ଯିବାର ଆଶଙ୍କା ରହିଛି। ହେଲେ କରୋନା ପାଇଁ ସମସ୍ତେ ବିମାନରେ ମାସ୍କ ପିନ୍ଧିଥିବାରୁ ‘ମଙ୍କିପକ୍ସ’ ଭୂତାଣୁ କାହା ଶରୀରକୁ ପ୍ରବେଶ କରିପାରିନଥିବ ବୋଲି ଆଶା କରୁଛନ୍ତି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି। କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ।

Share Now:

Kalinga News Beuro

Next Post

ମାରିୟୁପୋଲ ନଗରୀ ଉପରେ ରୁଷର ବିଜୟ : ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

Sat May 21 , 2022
ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି। ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି। ଏହି ବିଜୟ ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୂଚନା ଦେଇଛନ୍ତି। ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା […]
ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial