ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଂଜେଇ

ଜୟପୁର: ରାଜ୍ୟରୁ ବିଭିନ୍ନ ଉପରେ ବାହାରକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି। ସେଥିରୁ କିଛି ଅବକାରୀ ଓ ପୁଲିସ ହାତରେ ଧରାପଡୁଥିବା ‌ବେଳେ ଅନେକ ସମୟରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି। ୨୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ଉ କରିଛି। ଅବକାରୀ ବିଭାଗର ଟିମ୍‌ ଅତର୍କିତ ଭାବେ ଚଢ଼ଉ କରି ଏକ ନଡ଼ିଆ ବୋଝେଇ ଟ୍ରକ୍‌ରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ଘାଟିରେ ଗଞ୍ଜେଇ ଜବତ ହୋଇଛି। ରିପୋର୍ଟ ଅନୁସାରେ ଅବକାରୀ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ପଡୋଶୀ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରାଯାଉଛି। ସୂତ୍ର ଅନୁସାରେ ଅବକାରୀ ଟିମ୍‌ ଯୋଜନା ଅନୁସାରେ ଜୟପୁର ଘାଟିରେ ପ୍ରସ୍ତୁତ ଥିଲେ। ଘଟଣାସ୍ଥଳକୁ ଟ୍ରକ୍‌ ପହଞ୍ଚିଲା ପରେ ଅତର୍କିତ ଚଢ଼ଉ କରିଥିଲେ। ଯାଞ୍ଚ ସମୟରେ ନଡିଆ ବୋଝେଇ ଟ୍ରକ୍‌ରୁ ବିପୁଳ ଭାବେ ଗଞ୍ଜେଇ ଉଦ୍ଧାର ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇର ଓଜନ ୮ କୁଇଣ୍ଟାଲ ‌ବୋଲି ଅବକାରୀ ବିଭାଗ କହିଛି।

Share Now:

Kalinga News Beuro

Next Post

ମେଡିକାଲ୍ କଲେଜରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ : ୨ ଆନ୍ତଃରାଜ୍ୟ ଠକ ଗିରଫ

Sat May 21 , 2022
ଭୁବନେଶ୍ବର: ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଆନ୍ତଃରାଜ୍ୟ ଠକ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଘରୋଇ ମେଡିକାଲ୍ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଇଦେବେ ବୋଲି କହି ଜଣେ ଛାତ୍ରୀଙ୍କଠାରୁ ୨ ଆନ୍ତଃରାଜ୍ୟ ଠକ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀ ୩୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରେ ସେଦୁହେଁ […]
'୨ ଆନ୍ତଃରାଜ୍ୟ ଠକ ଗିରଫ'

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial