ଜ୍ଞାନବାପି ମସଜିଦ ପରେ ଏବେ କୁତବ ମିନାର ପାଳି : ଯାଞ୍ଚ ପରେ ମିଳିବ କି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି

କୁତବ ମିନାର

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ପାଳି। ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ହିନ୍ଦୁ ଦେବାବେଦୀ ଥିବା ନେଇ ଦାବି କରାଯିବା ପରେ ମସଜିଦର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଭିତରୁ ଶିବଲିଙ୍ଗ ମିିଳିବା ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଏନେଇ ଦାବି ଜୋର ଧରିଥିବା ବେଳେ ଏବେ କୁତବ ମିନାରରେ ଖନନ କାମ ଆରମ୍ଭ ହେବ। ସୂଚନାନୁସାରେ, କୁତବ ମିନାରରେ ଥିବା ମୂର୍ତ୍ତିମାନଙ୍କର ଆଇକନୋଗ୍ରାଫି କରାଯିବା ଉଚିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ପରେ କୁତବ ମିନାର ପରିସରରେ ଖନନ କାମ ଆରମ୍ଭ ହେବା ସହ ଖନନ ଶେଷ ହେବା ପରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ସଂସ୍କୃତି ମନ୍ତ୍ରାଳୟକୁ ରିପୋର୍ଟ ଦେବ। ଶନିବାର ଦିନ ଅଧିକାରୀଙ୍କ ସହ କୁତବ ମିନାର ପରିଦର୍ଶନ କରିବା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସଚିବ ଖନନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିନାରର ଦକ୍ଷିଣରେ ଥିବା ମସଜିଦଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହେବ। ତେବେ ଗତ କିଛି ଦିନ ହେଲାଣି ମୁସଲିମ ସ୍ମାରକୀର ନାଁ ବଦଳାଇବା ପାଇଁ ଦାବି ଜୋର ଧରିଛି। ଜ୍ଞାନବାପି ମସଜିଦ ସହ କୁତମ ମିନାର, ତାଜମହଲ ଭଳି ଐତିହାସିକ ସ୍ଥାନର ଯାଞ୍ଚ ପାଇଁ ଦାବି କରାଯାଉଛି।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ କାଳବୈଶାଖୀ : ୟେଲୋଓ୍ଵାର୍ଣ୍ଣିଂ ଜାରି

Sun May 22 , 2022
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୩ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୫ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ […]
୫ ଜିଲ୍ଲାରେ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial