ପରଲୋକରେ ପୂର୍ବତନ ସାଂସଦ ତଥା ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ

ଶିବାଜୀ ପଟ୍ଟନାୟକ

ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ସିପିଆଇ(ଏମ୍‌) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗତକାଲି ତାଙ୍କର ଶରୀରରେ ପଟ୍ଟାସିୟମ୍ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ନ ୨.୧୦ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ବର୍ଷିଆନ୍ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ ଜଣେ ଦକ୍ଷ ସଂଗଠକ ଥିଲେ। ସେ ତିନି ଥର ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଭୁବନେଶ୍ବର ଲୋକସଭା ଆସନରୁ ସ୍ବର୍ଗତଃ ପଟ୍ଟନାୟକ ଯଥାକ୍ରମେ ୧୯୭୭, ୧୯୮୦ ଓ ୧୯୮୯ ମସିହାରେ ପ୍ରତିନିଧିତ୍ବ କରିଥିଲେ।

Share Now:

Kalinga News Beuro

Next Post

‘ଆମକୁ ହେୟଜ୍ଞାନ କରନି’ ତାଇୱାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଚେତାବନୀ

Mon May 23 , 2022
ବେଜିଂ : ତାଇୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ। ତାଇୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଚୀନ। ଚୀନକୁ ହେୟଜ୍ଞାନ କରିବାର ଭୁଲ କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି। ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ […]
‘ଆମକୁ ହେୟଜ୍ଞାନ କରନି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial