‘ଆମକୁ ହେୟଜ୍ଞାନ କରନି’ ତାଇୱାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଚେତାବନୀ

‘ଆମକୁ ହେୟଜ୍ଞାନ କରନି’

ବେଜିଂ : ତାଇୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ। ତାଇୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଚୀନ। ଚୀନକୁ ହେୟଜ୍ଞାନ କରିବାର ଭୁଲ କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି। ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଛନ୍ତି ଯେ, ଚୀନ ନିଜର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ। ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇୱାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇୱାନ ସେନାକୁ ସହାୟତା କରିବ। ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଅନୁପ୍ରାଣିତ ହୋଇ ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି। ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇୱାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି। ନିକଟରେ ଚୀନର ଯୁଦ୍ଧ ବିମାନ ତାଇୱାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି।

Share Now:

Kalinga News Beuro

Next Post

ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି ନିଯୁକ୍ତ

Mon May 23 , 2022
ଭୁବନେଶ୍ବର: ଦୀର୍ଘ ଦିନରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ହୋଇଆସୁଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏଆଇସିସି ପକ୍ଷରୁ ନୂଆ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ପଟ୍ଟନାୟକ ପୂର୍ବରୁ ମଧ୍ୟ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିଲେ। ପିସିସି […]
ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial