ଇରାନ‌ରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟଙ୍କ ମୃତ୍ୟୁ

ଇରାନ‌ରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ତେହେରାନ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନର ଦୁଇ ପାଇଲଟ। ତେହେରାନର ଦକ୍ଷିଣରେ ଥିବା ଇସ୍ଫାହାନ ପ୍ରଦେଶରେ ଏକ ଏଫ୍-୭ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ମଙ୍ଗଳବାର ଇରାନ ବାୟୁସେନାର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ବ୍ରଡକାଷ୍ଟରର ୱେବସାଇଟରେ କୁହାଯାଇଛି ଯେ ଆଜି ସକାଳେ ଅନରାକ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ବିମାନର ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଯୁଦ୍ଧ ବିମାନଟି ଏକ ଟ୍ରେନିଂ ମିଶନରେ ବାହାରିଥିଲା। ହେଲେ ଉଡ଼ାଣ କରିବା ପରେ ବିମାନଟି ନିଆଁ ପିଂଡୁଲାରେ ପରିଣତ ହୋଇଥିଲା। ଏହା ଫଳରେ ଭିତରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଏବେ ଏହାର କାରଣ ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହା ପ୍ରଥମ ନୁହେଁ ନିକଟ ଅତୀତରେ ଇରାନ ବାୟୁସେନାର ଅନେକ ବିମାନ ଦୁର୍ଘଟଣାର ସମୁଖୀନ ହୋଇଛି। ଅଧିକ ଦିନ ଧରି ବ୍ୟବହାର ହୋଇ ଆସୁଥିବା ବିମାନର ନବୀକରଣ ପାଇଁ ଆବଶ୍ୟକ ଜିନିଷ ମିଳୁନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଇରାନ ବାୟୁସେନା ପକ୍ଷରୁ କୁହାଯାଇଛି। ଫେବୃଆରୀରେ ଉତ୍ତର-ପଶ୍ଚିମ ଟାବ୍ରିଜ୍ ସହରର ଏକ ଆବାସିକ ଅଞ୍ଚଳରେ ଇରାନର ଏଫ୍-୫ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ କୃୟୁ ସଦସ୍ୟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ଚିନି ରପ୍ତାନିକୁ ବି ନିଷିଦ୍ଧ କରିବ ଭାରତ

Tue May 24 , 2022
ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର। ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି। ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଚଳିତ ଚିନି ଋତୁରେ ଦେଶରୁ ମୋଟ ଚିନି ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି। ଚଳିତ ଚିନି […]
ଚିନି ରପ୍ତାନିକୁ ବି ନିଷିଦ୍ଧ କରିବ ଭାରତ
Social media & sharing icons powered by UltimatelySocial