ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ରୁଷ

ସାମରିକ ଅଭିଯାନ ଜାରି ରଖିବ ରୁଷ୍‌

ମସ୍କୋ: ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ରୁଷ୍‌ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ବୋଲି ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ କହିଛନ୍ତି। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ସମ୍ମିଳିତ ନିରାପତ୍ତା ରାଜିନାମା ସଙ୍ଗଠନ’ର ପ୍ରତିରକ୍ଷା ମନ୍ତ୍ରୀ ପରିଷଦ୍‌ ବୈଠକରେ ସୋଇଗୁ କହିଛନ୍ତି, କିବ୍‌କୁ ବିପୁଳ ପାଶ୍ଚାତ୍ୟ ସହାୟତା ଏବଂ ରୁଷ୍‌ ଉପରେ କଟକଣା ଚାପ ସତ୍ତ୍ବେ ‘ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ’ ଆମେ ସ୍ବତନ୍ତ୍ର ସାମରିକ ଅଭିଯାନ ଜାରି ରଖିବୁ। ‘ସିନ୍‌ହୁଆ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ସୋଇଗୁ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ମୃତ୍ୟୁ ଏଡ଼ାଇବା ଲାଗି ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ୟୁକ୍ରେନ୍‌ରେ ଅସ୍ତ୍ରବିରତି ଘୋଷଣା କରୁଛି। ଆଖପାଖ ବସତିଗୁଡ଼ିକରୁ ସାଧାରଣ ନାଗରିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ‘ସାଇଲେନ୍‌ସ୍‌ ରିଜାଇମ୍’ ଜାରି କରାଯିବା ସହ ‘ହ୍ୟୁମାନି‌ଟାରିଆନ୍‌ କରିଡର୍‌’ ସୃଷ୍ଟି କରାଯାଉଛି। ଉଲ୍ଲେଖଯୋଗ୍ୟ, ଫେବୃଆରୀ ୨୪ ତାରିଖ ଦିନ ରୁଷ୍‌ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଆଉ ବଜାରକୁ ଆସିବନି ସାମସଙ୍ଗ୍ ଫିଚର ଫୋନ୍

Wed May 25 , 2022
ନୂଆଦିଲ୍ଲୀ : ଆଉ ବଜାରରେ ମିଳିବନି ଲୋକପ୍ରିୟତା ଅର୍ଜନ କରିଥିବା ସାମସଙ୍ଗ ଶସ୍ତା ଫିଚର ଫୋନ। ଏସବୁ ଶସ୍ତା ଫୋନର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ଏସବୁ ଫୋନ ବଦଳରେ କମ୍ପାନି କେବଳ ୧୫ ହଜାରଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ଉପରେ ଫୋକସ କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ସାମସଙ୍ଗର ଠିକା ଉତ୍ପାଦନକାରୀ ଡିକ୍ସନ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାମସଙ୍ଗ ଫିଚର […]
ଆଉ ବଜାରକୁ ଆସିବନି ସାମସଙ୍ଗ୍ ଫିଚର ଫୋନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial