ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା : ୩ ଯୁବକ ମୃତ, ଜଣେ ଗୁରୁତର

ହାଇଓ୍ଵା ଧକ୍କାରେ ତିନି ଜଣ ଯୁବକଙ୍କ ମୃତ୍ୟୁ

ଯୁଯୁମୁରା: ଦ୍ରୁତଗାମୀ ହାଇୱାର ଶକ୍ତ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତଦେହ ଗୁଡ଼ିକ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତ ୩ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ବୋଲି ଜଣାପଡ଼ିଛି। ଜଣେ ଯୁବକ ଗୌତମ ସାହୁ (୩୮)। ଅନ୍ୟମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଯୁଯୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଳ ପଞ୍ଚାୟତର ଖଇରମାଳ ଗ୍ରାମର ଗୌତମ ସାହୁ ଓ ଅନ୍ୟ ୨ ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ଏକ କ୍ରସରରେ କାମ କରନ୍ତି। ଆଜି ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌ (ଓଡି ୧୫ କ୍ୟୁ ୯୯୭୦)ରେ ସମ୍ବଲପୁର ପାର୍ଶ୍ୱରୁ ଯୁଯୁମୁରା ଅଭିମୁଖେ ଯାଉଥିଲେ। ଅପରାହ୍ନ ୩ଟା ୧୦ ମିନିଟରେ ଭବାନୀପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଦ୍ରୁତଗାମୀ ହାଇୱା (ଓଡି ୧୫ବି ୫୬୬୦) ସେମାନଙ୍କୁ ପଛପଟରୁ ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀ ଜାତୀୟ ରାଜପଥରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ହାଇୱା ଚାଳକ ମଧ୍ୟ ଗୁରୁତର ଅଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ହାଇୱା ଚାଳକଙ୍କୁ ଅଟକ ରଖିଥିଲେ। ଯୁଯୁମୁରା ଥାନା ଆଇଆଇସି ପୁଲିସ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ମୃତହେଦଗୁଡ଼ିକ ଜବତ କରିଥିବା ବେଳେ ଗୁରୁତର ହାଇୱା ଚାଳକଙ୍କୁ ଏକ ଆମ୍ବୁଲାନ୍ସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି।

Share Now:

Kalinga News Beuro

Next Post

ରଙ୍ଗରୁଟ୍‌ରେ ଗାଡ଼ି ଚଳାଇଲେ ରଦ୍ଦ ହୋଇପାରେ ଲାଇସେନ୍ସ

Wed May 25 , 2022
ଭୁବନେଶ୍ବର: ରଙ୍ଗରୁଟ୍‌ ଗାଡ଼ି ଚାଳନା କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ରଙ୍ଗରୁଟ୍‌ ଗାଡ଼ି ଚାଳନା ପାଇଁ ଅଧିକାଂଶ ସମୟରେ ଜାମ୍‌ ପରିସ୍ଥିତି ସୃଷ୍ଟି ହେବା ସହ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଜୀବନ ଯାଉଛି, ଅନେ‌କେ ସବୁଦିନ ପାଇଁ ପଙ୍ଗୁ ବି ହୋଇଯାଉଛନ୍ତି। କିନ୍ତୁ ଏଣିକି ଆଉ ରୁଟ୍‌ ଗାଡ଼ି ଚାଳନାକୁ ବରଦାସ୍ତ କରାଯିବ ନାହିଁ। ରଙ୍ଗରୁଟ୍‌ରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ପାଇଁ କମିସରେଟ୍‌ ଟ୍ରାଫିକ୍‌ […]
ରଙ୍ଗରୁଟ୍‌ରେ ଗାଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial