ଜୁନ ୧ରୁ ମହଙ୍ଗା ହେବ କାର, ବାଇକ ବୀମା ପ୍ରିମିୟମ

ଜୁନ ୧ରୁ ମହଙ୍ଗା

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରିଥିବାବେଳେ ଆଉ ଏକ କ୍ଷେତ୍ରରେ ଦରବୃଦ୍ଧି ହେବାକୁ ଯାଉଛି। ତାହା ହେଉଛି ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ। ଆସନ୍ତା ଜୁନ ୧ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ବଢିବାର ସମ୍ଭାବନା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଜୁନ ୧ରୁ ଥାର୍ଡ ପାର୍ଟି ମୋଟର ଯାନ ଇନସୁରାନ୍ସ ପ୍ରିମିୟମ ବୃଦ୍ଧି ପାଇବ। ବୀମା ମୂଲ୍ୟ ବଢିବା ଦ୍ବାରା ନୂଆ କାର ଓ ବାଇକର ଦର ମଧ୍ୟ ବୃଦ୍ଧି ପାଇବ। ପୂର୍ବରୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ ଯୋଗୁଁ ଗ୍ରାହକମାନେ ଚାପରେ ଥିବାବେଳେ ବୀମା ପ୍ରିମିୟମ ଦରବୃଦ୍ଧି ସେମାନଙ୍କ ଉପରେ ଆଉ ଏକ ବୋଝ ହେବ ବୋଲି କୁହାଯାଉଛି। ବୁଧବାର ପ୍ରକାଶିତ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ୧୦୦୦ ସିସି ଇଞ୍ଜିନ ବିଶିଷ୍ଟ ଘରୋଇ କାର ପାଇଁ ବୀମା ପ୍ରିମିୟମ ୨୦୯୪ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ୨୦୧୯-୨୦ରେ ୨୦୭୨ ଟଙ୍କା ଥିଲା। ସେହିପରି ୧୦୦୦ସିସିରୁ ୧୫୦୦ ସିସି କାର ପାଇଁ ପ୍ରିମିୟମ ଦେୟ ୩୪୧୬ ଟଙ୍କାକୁ ବୃଦ୍ଧି ପାଇୂବ ଯାହାକି ଏବେ ୩୨୨୧ ଟଙ୍କା ରହିଛି। ୧୫୦୦ ସିସିରୁ ଅଧିକ ହେଲେ ପ୍ରିମିୟମ ମୂଲ୍ୟ ୭୮୯୭ଟଙ୍କାକୁ ବୃଦ୍ଧି କରାଯାଇଛି। ୧୫୦ ସିସି ରୁ ୩୫୦ ସିସି ପର୍ଯ୍ୟନ୍ତ ଦୁଇ ଚକିଆ ଯାନ କ୍ଷେତ୍ରରେ ପ୍ରିମିୟମକୁ ୧୩୬୬ ଟଙ୍କା ଓ ୩୫୦ ସିସିରୁ ଅଧିକ ହେଲେ ପ୍ରିମିୟମକୁ ୨୮୦୪ ଟଙ୍କାକୁ ବୃଦ୍ଧି କରାଯାଇଛି।

Share Now:

Kalinga News Beuro

Next Post

ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌ : ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା

Thu May 26 , 2022
ପାରାଦୀପ: ପାରାଦୀପରୁ ହଳଦିଆକୁ ସଂଯୋଗ କରୁଥିବା ତୈଳ ପାଇପ୍‌ଲାଇନ୍‌ ଆଜି ଫାଟିଛି। ତୈଳ ପାଇପ୍‌ ଫାଟିବା ପରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ (ଆଇଓସିଏଲ୍‌)ର ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବାକୁ ଲାଗି ପଡ଼ିଥିବା ବେଳେ ଏହା କାଠିକର ପାଠ ହୋଇପଡିଥିଲା। କିନ୍ତୁ ଦୀର୍ଘ ସମୟ […]
ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial