ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା

ଚିହ୍ନଟ ହେଲା ବିଏ.୫ ମାମଲା

ନୂଆଦିଲ୍ଲୀ : ଓମିକ୍ରନର ଉପ-ପ୍ରଜାତି ବା ସବ-ଭାରିଆଣ୍ଟ ବିଏ.୪ ଓ ବିଏ.୫ର ଆଉ କିଛି ମାମଲା ଭାରତରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ବିଏ.୪ର ୪ଟି ମାମଲା ଓ ବିଏ.୫ର ୩ଟି ମାମଲା ଚିହ୍ନଟ ହୋଇଛି। ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା। ରାଜ୍ୟରେ ପ୍ରଥମ ଥର ପାଇଁ ଏସବୁ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚିହ୍ନଟ ହୋଇଥିବା ସମସ୍ତ ମାମଲା ପୁଣେରୁ ଚିହ୍ନଟ ହୋଇଛି। ସମସ୍ତଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ରହିଛି ଓ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି। ଗତ ୨୦ ତାରିଖରେ ଭାରତର ପ୍ରଥମ ବିଏ.୪ ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଏ.୪ ସବ-ଭାରିଆଣ୍ଟ ଗତ ଜାନୁଆରି ୧୦ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା। ସେହିପରି ବିଏ.୫ ସବ-ଭାରିଣାଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା। ଏହା ପରେ ଏହି ଦୁଇଟି ସବ-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚିସାରିଲାଣି। ଏପରିକି ନିକଟରେ କେତେକ ଦେଶରେ ବଢିଚାଲିଥିବା ସଂକ୍ରମଣ ପଛରେ ଏହି ଦୁଇଟି ସବ-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି। ଏହି ସବ-ଭାରିଆଣ୍ଟ କମ ମାରାତ୍ମକ ହେଲେ ବି ଅଧିକ ସଂକ୍ରାମକ।

Share Now:

Kalinga News Beuro

Next Post

ଅନାଥ ଶିଶୁଙ୍କ ମୁହଁରେ ପରିବର୍ତ୍ତନର ହସ

Sat May 28 , 2022
ମାଲକାନଗିରି: ବାପା ଓ ମାଆ ଥିଲେ ବଜାରର ସମସ୍ତ ଖେଳନା ପିଲା ମାନଙ୍କର। ପିଲାଙ୍କ ସମସ୍ତ ଅଳି ଅଝଟ ସହି ବାପା ମାଆ ପିଲାଙ୍କ ପାଇଁ ଦିନରାତି ଏକ କରି ସେମାନଙ୍କର ସମସ୍ତ ଦାବିକୁ ପୂରଣ କରିଥାନ୍ତି। ତେବେ ଯଦି ବାପା ମାଆ ପିଲାଙ୍କୁ ଅନାଥ କରି ଆରପାରିକୁ ଚାଲିଯାନ୍ତି, ତେବେ ସେହି ପିଲାଙ୍କ ଅବସ୍ଥା ନକହିବା ଭଲ। ସବୁବେଳେ ବାପା ମାଆଙ୍କୁ ଝୁରିବା ସହ ଅନ୍ୟ ପିଲାମାନେ ନିଜ […]
ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial