୪ ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି

୪ ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀ

ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ଲଗାଇଛନ୍ତି। ବିଜେଡି ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ନିଷ୍ପତ୍ତି କରିଥିବା ବେଳେ ବିଜେଡିର ଗଣମାଧ୍ୟମ ବ୍ୟାପାର ସଚିବ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଦିଲ୍ଲୀ ଟିକେଟ୍। ସେହିପରି ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିବା ଡ.ସସ୍ମିତ ପାତ୍ରଙ୍କୁ ଦୋହରାଇଛି ଦଳ। ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ଦିଲ୍ଲୀ ପଠାଉଛି। ସେ ରାଜ୍ୟ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଅଛନ୍ତି। ସାଂପ୍ରତିକ ରାଜନୈତିକ ସମୀକରଣକୁ ଲକ୍ଷ୍ୟ କରି ୪ ଚେହେରାକୁ ସାମ୍ନାକୁ ଆଣିଛନ୍ତି ବିଜେଡି ସୁପ୍ରିମୋ। ୪ ଚେହେରା ଭିତରେ ସୁଲତା ଦେଓଙ୍କୁ ସାମ୍ନାକୁ ଆଣି ମହିଳା କାର୍ଡ ଖେଳିଛନ୍ତି ନବୀନ। ରାଜ୍ୟସଭାରେ ବର୍ତ୍ତମାନ ଦଳର ଜଣେ ମହିଳା ସାଂସଦ ଅଛନ୍ତି ଓ ସୁଲତାଙ୍କୁ ଆଣି ମହିଳା ସଂଖ୍ୟା ୨କୁ ବୃଦ୍ଧି କରାଯାିଛି।

Share Now:

Kalinga News Beuro

Next Post

ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲେ ଭାରତୀୟ ସେନା

Sun May 29 , 2022
ନୂଆଦିଲ୍ଲୀ: ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା। ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ତଳକୁ ଖସାଇଛି ସେନା। ଡ୍ରୋନରେ ୭ଟି ୟୁଜିବିଏଲ ଗ୍ରେନେଡ ଓ ୭ଟି ବୋମା ଥିଲା ବୋଲି କୁହାଯାଇଛି। ଏହି ଡ୍ରୋନଟି ଭାରତୀୟ ସୀମା ଆଡକୁ ମାଡ଼ିଆସୁଥିବା ବେଳେ ତାକୁ ଭାରତୀୟ ସେନା ଗୁଳି କରି ଖସାଇଥିଲା। ଆଗକୁ ଅମରନାଥ ଯାତ୍ରା ଆରମ୍ଭ […]
ଡ୍ରୋନକୁ ଗୁଳି କରି ଖସାଇଲେ ଭାରତୀୟ ସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial