ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ : ତାଲିବାନ

ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ନିଶାଦ୍ରବ୍ୟ ଉପରେ ମୁହଁ ଖୋଲିଛି ତାଲିବାନ। ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନର ଜଣେ ବରିଷ୍ଠ ନେତା କହିଛନ୍ତି। ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି କହିଛନ୍ତି ଯେ ୨୦୦୧ରେ ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ପୂର୍ବରୁ ଦେଶରେ କୌଣସି ନିଶାଦ୍ରବ୍ୟ ଉତ୍ପାଦନ ହେଉନଥିଲା। କିନ୍ତୁ ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନରେ ଚାଲିଥିବା ଆମେରିକା ସମର୍ଥିତ ସରକାରଙ୍କ ଅମଳରେ ନିଶାଦ୍ରବ୍ୟ ଉତ୍ପାଦନ ଓ କାରବାର ଚରମ ସୀମାରେ ପହଞ୍ଚିଥିଲା। ଏହି ନିଶାଦ୍ରବ୍ୟ ସୀମା ପାର କରି ଭାରତ ଓ ଅନ୍ୟ ଦେଶକୁ ଯାଉଥିଲା। ମାତ୍ର ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ନିଶାଦ୍ରବ୍ୟ ଉତ୍ପାଦନ ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି। ଫଳରେ ଏବେ ନୂଆ ନିଶାଦ୍ରବ୍ୟ ଉତ୍ପାଦନ ହେଉନାହିଁ ଓ ଯାହାକିଛି ବଳକା ଥିବ ସେଗୁଡ଼ିକ ବୋଧହୁଏ ଭାରତ ଓ ଅନ୍ୟଦେଶକୁ ଚୋରାଚାଲାଣ ହେଉଥିବ। କିନ୍ତୁ ସେଗୁଡ଼ିକ ବି ଖୁବଶୀଘ୍ର ବନ୍ଦ ହୋଇଯିବ। ସୂଚନାଯୋଗ୍ୟ ଯେ ଗତ ୨୬ ତାରିଖ ଦିନ ଗୁଜୁରାଟର ମୁଦ୍ରା ବନ୍ଦରରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ ହୋଇଥିଲା। ଏକ କଣ୍ଟେନରେ ଟାଲକମ ପାଉଡର ରୂପରେ ସେଗୁଡ଼ିକର ଚୋରା ଚାଲାଣ କରାଯାଉଥିବା ବେଳେ ଧରା ପଡ଼ିଥିଲା।

Share Now:

Kalinga News Beuro

Next Post

ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା : ପୁଲିସର ତଦନ୍ତ ଆରମ୍ଭ

Mon May 30 , 2022
ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ଏବଂ ନାମଗୁଡା ମଧ୍ୟରେ ଏକ ଗଛରେ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ସକାଳେ ନାମଗୁଡାରୁ ଶିଖପାଲୀ ଯାଉଥିବା ରାସ୍ତାର କଡରେ ରହିଥିବା ଏକ ଗଛରେ ଜଣେ ବ୍ୟକ୍ତି ବେକରେ ସେ ପିନ୍ଧିଥିବା ଗାମୁଛା ଦ୍ବାରା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଶବ ନିକଟରେ ଏକ ସାଇକେଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ବୟସ ୬୦ […]
ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial