ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା : ପୁଲିସର ତଦନ୍ତ ଆରମ୍ଭ

ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ଏବଂ ନାମଗୁଡା ମଧ୍ୟରେ ଏକ ଗଛରେ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ସକାଳେ ନାମଗୁଡାରୁ ଶିଖପାଲୀ ଯାଉଥିବା ରାସ୍ତାର କଡରେ ରହିଥିବା ଏକ ଗଛରେ ଜଣେ ବ୍ୟକ୍ତି ବେକରେ ସେ ପିନ୍ଧିଥିବା ଗାମୁଛା ଦ୍ବାରା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଶବ ନିକଟରେ ଏକ ସାଇକେଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ବୟସ ୬୦ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ତେବେ ବ୍ୟକ୍ତିଙ୍କ ଗୋଡ ତଳେ ଲାଗିଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି। ଶବ ଚିହ୍ନଟ ହେଲେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ

Mon May 30 , 2022
ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀଙ୍କୁ ନବୀନ ଭେଟିଛନ୍ତି। ତେବେ ମୋଦୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ କୋଭିଡ ମହାମାରୀ ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବାବେଳେ ମୋଦୀଙ୍କୁ ସହାୟତା ପାଇଁ ମାଗିଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ସେହିପରି ଆଉ କିଛି ସମୟ […]
ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial