ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

ରଙ୍ଗରୁଟ୍‌ରେ ଇଣ୍ଟରସେପ୍ଟର୍‌

ରଙ୍ଗରୁଟ୍‌ରେ ଇଣ୍ଟରସେପ୍ଟର୍‌, ଜରିମାନା ଆଦାୟ କରିବ କିଏ?

ଭୁବନେଶ୍ବର : ଜାତୀୟ ରାଜପଥରେ ରଙ୍ଗରୁଟ୍‌ରେ ଗଲେ କିମ୍ବା ନିର୍ଦ୍ଧାରିତ ଠାରୁ ଗାଡ଼ିର ବେଗ ଟିକିଏ ଅଧିକ ବଢ଼ି‌ଗଲେ, କୋସେ ଦୂରରେ ଥିବା ଇଣ୍ଟରସେପ୍ଟର୍‌ କ୍ୟାମେରା ଧରି ପକାଏ। ଗାଡ଼ି ଚାଳକଙ୍କ ମୋବାଇଲ୍‌କୁ ସାଙ୍ଗେ ସାଙ୍ଗେ ଚାଲାଣ ମେସେଜ୍‌ ଚାଲି ଆସେ। କିନ୍ତୁ ଜରିମାନା କାଟୁଥିବା ଏହି ଗାଡ଼ି ଯଦି ଦ୍ରୁତ ଗତିରେ ରଙ୍ଗରୁଟ୍‌‌‌ରେ ଯାଏ, ତେବେ ତା’ର ଚାଲାଣ କିଏ କାଟିବ? ସାମାଜିକ ଗଣମାଧ୍ୟମରେ ଆଜି ଏପରି ଏକ ଭିଡିଓ ଘୂରି ବୁଲିବା ସହ ଲୋକେ କମିସନରେଟ୍‌ ପୁଲିସ୍‌ ଓ ଆର୍‌ଟିଓ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସରକାରୀ ଗାଡ଼ି ବୋଲି କ’ଣ ନିୟମ ଭାଙ୍ଗିଲେ ଭୁଲ୍‌ ଗଣାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହି ଭିଡିଓରେ ଏକ ପୁଲିସ ଇଣ୍ଟରସେପ୍ଟର୍‌ ଗାଡ଼ି (ଓଡି-୩୩-ଏନ୍‌-୪୩୩୯)ଟି ୧୬ ନମ୍ବର ଜାତୀୟ ରାଜପଥର ପ୍ରତାପନଗରୀ ଫାଟକ ସମୁଖରେ ଭୁବନେଶ୍ବର ପଟୁ କଟକ ଆଡ଼କୁ ଯାଉଛି। ହେଲେ ଗାଡ଼ିଟି ବାମ ପାଖରେ ନଯାଇ ଡାହାଣ ପାଖ (ରଙ୍ଗ୍‌ ରୁଟ୍‌)ରେ ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଲୋକେ କୁହାକୁହି ହେଉଛନ୍ତି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।

Share Now:

Kalinga News Beuro

Next Post

ନିର୍ବାଚନ ଦାୟିତ୍ବରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

Tue May 31 , 2022
ଝାରସୁଗୁଡ଼ା: ଉପନିର୍ବାଚନ ଦାୟିତ୍ଵରେ ଥିବା ଆଉ ଜଣେ କର୍ମଚାରୀ ତ୍ରିଲୋଚନ ମହାନ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି। ଲଖନପୁର ବ୍ଲକ ଫଟା ଗ୍ରାମରେ ଥିବା ସରକାରୀ ପ୍ରାଥିମକ ବିଦ୍ୟାଳୟର ୨୩୮ନମ୍ବର ବୁଥରେ ସୁରକ୍ଷା ଦାୟିତ୍ବରେ ଥିବା ହୋମଗାର୍ଡ ତ୍ରିଲୋଚନ ମହାନ୍ତି ଗତକାଲି ଡ୍ୟୁଟି ରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି […]
ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial