ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀରେ ଭୋର ୪ଟା ସୁଦ୍ଧା ବିବାହ

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ଆଜି ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ-ପାର୍ବତୀ (ଦେବ ଦମ୍ପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ରହିବ। ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ରୀତିନୀତି ପରେ ରାତି ୧୨.୩୦ ରୁ ଭୋର ୪ ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବନି ପ୍ରସାଦ ମିଶ୍ର।

Share Now:

Kalinga News Beuro

Next Post

ସାବିତ୍ରୀ ଅମାବାସ୍ୟାର ଦିନେ ପରେ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ

Tue May 31 , 2022
ହରଭଙ୍ଗା: ସୋମବାର ଦିନ ସ୍ୱାମୀଙ୍କ ଆୟୁ କାମାନା କରି ଉପାସରେ ସାବିତ୍ରୀ ବ୍ରତ ପାଳନ କରିଥିବା ପତ୍ନୀ ତହିଁ ପରଦିନ ସେହି ମଦ୍ୟପ ସ୍ୱାମୀ ହାତରେ ଗୁଳିଖାଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡା ପଞ୍ଚାୟତ ଅନ୍ତର୍ଗତ ତୈଳାସାହି ଗ୍ରାମରେ। ପ୍ରାପ୍ତ ସୂଚନା ମତେ ତୈଳାସାହି ଗ୍ରାମର ରୋହିତ ମଲ୍ଲିକ(୨୫)ନାମକ ଜଣେ ଯୁବକ ଗତ ୨ବର୍ଷ ତଳେ […]
ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial