ପ୍ରସିଦ୍ଧ ସଂଗୀତକାର ଓ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ଦେହାନ୍ତ

ପଣ୍ଡିତ ଭଜନ ସୋପୋରୀ

ନୂଆଦିଲ୍ଲୀ: ଖ୍ୟାତନାମା ସନ୍ତୁର ବାଦକ ଏବଂ ପ୍ରସିଦ୍ଧ ସଂଗୀତକାର ପଣ୍ଡିତ ଭଜନ ସୋପୋରୀଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ସେ ଗୁରୁଗ୍ରାମର ଫୋର୍ଟିସ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସୋପୋରୀ କଶ୍ମୀରର ସୋପୋର ଉପତ୍ୟକାର ବାସିନ୍ଦା ଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରାନାର ଥିଲେ। ଭଜନ ସୋପୋରୀ ୧୯୫୩ରେ ମାତ୍ର ପାଞ୍ଚ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପରେ ଅନେକ ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ଇଜିପ୍ଟ, ଇଂଲଣ୍ଡ, ଜର୍ମାନୀ ଏବଂ ଆମେରିକାରେ ଅନେକ କାର୍ଯ୍ୟକ୍ରମ କରିଥିଲେ। ସେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରୁ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତ ଏବଂ ତାଙ୍କ ଜେଜେବାପା ଏସସି ସୋପୋରୀ ଏବଂ ପିତା ଶାମ୍ଭୁନାଥଙ୍କ ଠାରୁ ହିନ୍ଦୁସ୍ତାନୀ ଶିଖିଥିଲେ। ଭଜନ ସୋପୋରୀ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରେ ସଂଗୀତ ଶିକ୍ଷା ମଧ୍ୟ ଦେଉଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ତାଙ୍କର ଅବଦାନ ପାଇଁ ସୋପୋରୀଙ୍କୁ ୧୯୯୨ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗତ ମାସରେ କିମ୍ବଦନ୍ତୀ ସଂଗୀତଜ୍ଞ ତଥା ଅନ୍ୟତମ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ହୃଦାଘାତରେ ଦେହାନ୍ତ ପରେ ଆଜି ଭଜନ ସୋପୋରୀଙ୍କ ବିୟୋଗ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ଭୁବନେଶ୍ବର ବିମାନବନ୍ଦରରେ ପ୍ରେମୀଯୁଗଳ ହଟହଟା : ଉଦ୍ଧାର କଲା ପୁଲିସ

Thu Jun 2 , 2022
ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ଠାରୁ ଆସିଥିବା ପ୍ରେମୀଯୁଗଳ ନିଜ ଘରକୁ ଯିବା ପାଇଁ ସାହାସ କରିପାରିନାହାନ୍ତି। ଏହାର କାରଣ ହେଉଛି ପ୍ରେମ ଓ ଭଲ ପାଇବା। ଉଭୟ ପୁଅ-ଝିଅ ବିବାହ କରିବାକୁ ଚାହୁଁଥିବା ବେଳେ ସେମାନଙ୍କର ପରିବାର ଲୋକେ ଏଥିରେ ରାଜି ହେଉ ନଥିବାରୁ ମାମଲା ପୁଲିସ ନିକଟରେ ପହଞ୍ଚିଛି। ସୂଚନା ଅନୁସାରେ ଜଣେ ଓଡ଼ିଆ ଝିଅ ବେଙ୍ଗାଲୁରୁ […]
ବିମାନବନ୍ଦରରେ ପ୍ରେମୀଯୁଗଳ ହଟହଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial