ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା : ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ବଢ଼ିବାରେ ଲାଗିଛି କରୋନା

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ। ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ କରୋନା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ରାଜ୍ୟମାନଙ୍କୁ ସତର୍କ କରି ଦିଆଯାଇଛି। ଆଜି ଦେଶରୁ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ପୂର୍ବଦିନ ଅପେକ୍ଷା ଆଜି ସଂକ୍ରମଣ ୮.୯ ପ୍ରତିଶତ ବୃଦ୍ଧି ପାଇଛି। କେରଳରେ ସଂକ୍ରମଣ ୩୩.୯ ପ୍ରତିଶତ ବୃଦ୍ଧି ପାଇ ୧୩୭୦ ନୂଆ କେସ୍ ମିଳିଛି। ତେବେ କରୋନାର ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୫ଟି ରାଜ୍ୟକୁ ଚିଠି ଲେଖାଯାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ, ତେଲଙ୍ଗାନା, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରହିଛନ୍ତି। ଏହି ସମସ୍ତ ରାଜ୍ୟମାନଙ୍କରେ କରୋନା ଓ ଇନଫ୍ଲୁଏଞ୍ଜା ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, କେରଳର ୧୧ଟି ଜିଲ୍ଲା, ତାମିଲନାଡ଼ୁର ୨ଟି ଜିଲ୍ଲା, ମହାରାଷ୍ଟ୍ରର ୬ଟି ଜିଲ୍ଲା, କର୍ଣ୍ଣାଟକର ଗୋଟିଏ ଜିଲ୍ଲା ଓ ତେଲଙ୍ଗାନାରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ସମସ୍ତ ରାଜ୍ୟମାନଙ୍କରେ କରୋନା ଟେଷ୍ଟିଂ ଜାରି ରଖିବାକୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ମହାରାଷ୍ଟ୍ରରେ ସଂକ୍ରମଣ ୧୦୪୫ ରହିଥିବା ବେଳେ ଆଜି ୧୧୩୪ ରହିଛି। ଏଥିସହିତ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ସର୍ବସାଧାରଣ ସ୍ଥାନରେ ମାସ୍କ୍‌ ପିନ୍ଧିବାକୁ ଆଦେଶ ଦେଲେ ମହାରାଷ୍ଟ୍ର ସରକାର

Sat Jun 4 , 2022
ମୁମ୍ବାଇ: କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ମାସ୍କ୍‌ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି। ବଢ଼ି ଚାଲୁଥିବା କୋଭିଡ୍‌ ସଂକ୍ରମଣ ମାମଲା ସଂକ୍ରାନ୍ତରେ ରାଜ୍ୟ ସରକାର ଜିଲ୍ଲା କର୍ତ୍ତୃପକ୍ଷମାନଙ୍କ ଆଗରେ ଚିନ୍ତା ପ୍ରକଟ କରିଛନ୍ତି। ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍‌ ପିନ୍ଧିବା ପାଇଁ ଆଦେଶ ଦେବା ସମେତ ସମସ୍ତ ଜିଲ୍ଲା […]
ସର୍ବସାଧାରଣ ସ୍ଥାନରେ ମାସ୍କ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial