୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ନଗଦ ୧ଲକ୍ଷ ଟଙ୍କା ଜବତ

୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ନଗଦ ୧ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର, ୧ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ସହ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଫରେଷ୍ଟ କଲୋନିରେ ଥିବା ବିଷ୍ଣୁପ୍ରିୟା ମେଡିକାଲ୍ ଷ୍ଟୋର ନିକଟରେ କେତେକ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସୁଶୀଲ ମିଶ୍ର ଓ ଡେପୁଟି ଏସପି ତଥା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସନ୍ଦିଗ୍ଦ ସ୍ଥାନରେ ଚଢ଼ଉ କରିଥିଲା। ଏହି ସମୟରେ ଫରେଷ୍ଟ କଲୋନୀର ଦେବବ୍ରତ ମିଶ୍ର (୪୦) ଓ ଅମରେଶ ବେହେରା ଓରଫ ପପୁ(୨୭)କୁ ଧରିଥିଲା। ସେମାନଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ଜବତ କରାଯିବା ସହ ବିକ୍ରି ୧ଲକ୍ଷ ୬ହଜାର ୨୨୦ଟଙ୍କା ନଗଦ ଜବତ କରାଯାଇଥିଲା। ଏନେଇ ସୂଚନା ଦେଇ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଚଢ଼ାଉ ପାଇଁ ଗଠିତ ହୋଇଥିବା ଟିମରେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ଋତମ୍ଭରା କର, ଏସ୍ଆଇ ସୁକାନ୍ତ ଦଳାଇ ଓ ଅନ୍ୟ ପୁଲିସ କର୍ମଚାରୀ ଥିଲେ। ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର, ନଗଦ ଟଙ୍କା ଓ ଗୋଟିଏ ମୋଟର ସାଇକଲ (ଓଡି୦୫୯୯୮୨) ଜବତ କରାଯାଇଛି। ସେମାନଙ୍କ ବିରୋଧରେ ୨୬୯/୨୦୨୨ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ସ୍ନାନ ମଣ୍ଡପରେ ୩ ଘଣ୍ଟାର ଦର୍ଶନ ଦେବେ ତିନିଠାକୁର

Tue Jun 7 , 2022
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା ନୀତିକାନ୍ତିର ବ୍ୟବସ୍ଥାବଳିରେ ଆଜିର ବୈଠକରେ ମୋହର ଲାଗିଛି। ସେହିପରି ସ୍ନାନଯାତ୍ରା ଦିନ ପହଣ୍ଡି ସମୟରେ କେତେ ଜଣ ସେବାୟତ ନିୟୋଜିତ ହେବେ ଏବଂ ‌ସ୍ନାନବେଦୀରେ କେତେ ଜଣ ସେବାୟତ ରହିପାରିବେ, […]
ସ୍ନାନ ମଣ୍ଡପ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial