ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍ : ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ

କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା କ୍ରିକେଟ୍ କ୍ୟାରିୟରରେ ମିତାଲି ରାଜ ଅନେକ ସଫଳତା ହାସଲ କରିଛନ୍ତି। ହେଲେ ମହିଳା କ୍ରିକେଟର ସଚିନ ତେନ୍ଦୁଲକର ଭାବେ ଜଣାଶୁଣା ମିତାଲିଙ୍କର ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇପାରିନାହିଁ। ଆଜି ଟ୍ବିଟରରେ ଏକ ଟ୍ବିଟ କରି ଏବିଷୟରେ ସୂଚନା ଦେଇଛନ୍ତି ମିତାଲି ରାଜ୍। ସେ ଲେଖିଛନ୍ତି ଯେ, ମୁଁ ଯେତେବେଳେ ନୀଳ ଜର୍ସି ପିନ୍ଧି ମୋ ଦେଶକୁ ପ୍ରତିନିଧିତ୍ୱ କରୁଥିଲି ସେତେବେଳେ ମୋର ବୟସ କମ ଥିଲା। ଏହି ଯାତ୍ରା ବହୁତ ଲମ୍ବା ଥିଲା ଯେଉଁଥିରେ ଆମେ ସମସ୍ତ ପ୍ରକାରର ମୁହୂର୍ତ୍ତ ଦେଖିବାକୁ ପାଇଥିଲୁ। ଗତ ୨୩ବର୍ଷ ମୋ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ। ଜୀବନର ଅନ୍ୟ ଯାତ୍ରା ପରି, ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମିତାଲିଙ୍କ ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଜୁନ୍ ୨୬, ୧୯୯୯ରେ ଆନ୍ତର୍ଜାତୀୟ କ୍ର‌ିକେଟରେ ଡେବ୍ୟୁ କରିଥିବା ମିତାଲି ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ୧୨ ଟି ଟେଷ୍ଟ, ୨୩୨ ଦିନିକିଆ ମ୍ୟାଚ୍ ଏବଂ ୮୯ ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ। ୧୨ଟି ଟେଷ୍ଟ ମ୍ୟାଚରେ ସେ ଗୋଟିଏ ଶତକ କରିବା ଓ ୪ଟି ଅର୍ଦ୍ଧଶତକ ସହିତ ୬୯୯ ରନ୍ କରିବାରେ ସଫଳ ହୋଇଥିଲେ। ଏହା ସହ ଦିନିକିଆ ମ୍ୟାଚରେ ସେ ୭ ଶତକ ଏବଂ ୬୪ ଅର୍ଦ୍ଧଶତକ ସହ ୭୮୦୫ ରନ୍ କରିଥିଲେ। ଏଥି ସହିତ, ସେ ୧୭ ଟି ଅର୍ଦ୍ଧଶତକ ସହ ଟି -୨୦ କ୍ରିକେଟରେ ୨୩୬୪ ରନ୍ ସଂଗ୍ରହ କରିଥିଲେ।

Share Now:

Kalinga News Beuro

Next Post

ଆତଙ୍କବାଦୀଙ୍କ ଆଗରେ ମଥାନତ କରନ୍ତୁ ନାହିଁ : ଡଚ୍‌ ସାଂସଦ

Wed Jun 8 , 2022
ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କ ଆଗରେ ମଥାନତ ନ କରି ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଲାଗି ନେଦର୍‌ଲାଣ୍ଡ୍‌ସ୍‌ର କଠୋର ଦକ୍ଷିଣପନ୍ଥୀ ନେତା ଗିର୍ଟ ୱାଇଲ୍‌ଡର୍ସ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ବର୍ବରତାର ପ୍ରତିନିଧିତ୍ବ କରୁଥିବା ‘ଅଲ୍‌-କାଏଦା’ ଭଳି ଇସ୍‌ଲାମୀୟ ଆତଙ୍କବାଦୀମାନଙ୍କ ସମ୍ମୁଖରେ ମଥାନତ କରନ୍ତୁ ନାହିଁ। ସମଗ୍ର ଭାରତୀୟ ଏବେ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଉଚିତ। ଅନେକ ବର୍ଷ ପୂର୍ବେ ‘ଅଲ୍‌-କାଏଦା’ ଏବଂ ‘ତାଲିବାନ୍‌’ ମତେ ସେମାନଙ୍କ ‘ହିଟ୍‌ଲିଷ୍ଟ୍‌’ରେ […]
ଡଚ୍‌ ସାଂସଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial