ଭାରତ-ଦ.ଆଫ୍ରିକା ବାରବାଟୀ ମ୍ୟାଚ୍‌ ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ୍‌ ପୁଲିସ: କମିସନରେଟ ପୁଲିସ

ଭାରତ-ଦ.ଆଫ୍ରିକା ବାରବାଟୀ ମ୍ୟାଚ୍‌-1

ଭୁବନେଶ୍ବରରୁ ବାରବାଟୀକୁ ଚାଲିବ ସ୍ବତନ୍ତ୍ର ‘ମୋ ବସ୍‌’

କଟକ: ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ ରହିବେ। ସ୍ପେଶାଲ ଟାକ୍ଟିକାଲ ଟିମ୍ ସହ ୪ କୁଇକ୍ ଆକ୍ସନ ଟିମ୍ ମଧ୍ୟ ମୁତୟନ ହେବେ। ଦର୍ଶକମାନଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କମିସନରଟେ ପୁଲିସ ପକ୍ଷରୁ କୁହାଯାଇଛି। ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାରବାଟୀ ଟି-୨୦ ପାଇଁ ସ୍ୱତନ୍ତ୍ର ‘ମୋ ବସ୍ ସେବା’ ରହିବ। ଏହି ବସ୍‌ ସେବା ଭୁବନେଶ୍ୱରରୁ ବାରବାଟୀକୁ ୨ଟି ରୁଟ୍ ଦେଇ ଚାଲିବ।। ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ମୋ ବସ୍ ବାରବାଟୀରେ ପହଞ୍ଚି। ସେହିଭଳି ଅନ୍ୟ ରୁଟ ହେଲା ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ। ଯାତ୍ରୀମାନଙ୍କ ପାଇଁ ବସ୍ ଭଡ଼ା ୪୦ ଟଙ୍କା ରଖାଯାଇଥିବା କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ୧୨ ତାରିଖ ଦିନ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଏଥି ପାଇଁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାର ଟିମ୍‌ ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସ୍ବାଗତ କରାଯାଇଥିଲା। ଏହା ପରେ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ରାଜଧାନୀର ଏକ ବିଳାଶମୟ ‌ହୋଟେଲକୁ ନିଆଯାଇଥିଲା। ହୋଟେଲରେ ମଧ୍ୟ ଖେଳାଳିମାନଙ୍କୁ ପାରଂପରିକ ବାଦ୍ୟ ବଜାଇ ଓ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ଉଭୟ ଦଳର ଖେଳାଳି ୨ୟ ମୁକାବିଲା ପୂର୍ବରୁ ଜୁନ୍‌ ୧୧ ତାରିଖ ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାରବାଟୀ ଯାଇ ନେଟ୍‌ରେ ଅଭ୍ୟାସ କରିବେ।

Share Now:

Kalinga News Beuro

Next Post

ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ : କେତେକ ସହରରେ ପଥର ମାଡ଼

Fri Jun 10 , 2022
ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ନମାଜ ପରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନ କେତେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା। ଏହାକୁ ଦେଖି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲହୁବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ମୁସଲିମ ସଂପ୍ରଦାୟର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ। କେତେକ ସ୍ଥାନରେ ପଥର […]
ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ବିରୋଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial