ପ୍ରଫେଟ୍ ବୟାନ ବିବାଦ ଯୋଗୁଁ ଚାପରେ ବାଂଲାଦେଶ ସରକାର

ଚାପରେ ବାଂଲାଦେଶ ସରକାର

ଢାକା : ପ୍ରଫେଟ ବୟାନ ବିବାଦକୁ ନେଇ ଭାରତରେ ହିଂସାକାଣ୍ଡ ଚାଲିଥିବାବେଳେ ତାହାର କମ୍ପନ ବାଂଲାଦେଶ ପର୍ଯ୍ୟନ୍ତ ପହଞ୍ଚିଛି। ଲୋକମାନେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ସରକାର ଚାପରେ ପଡ଼ିଯାଇଛନ୍ତି। ଶାସକ ଆଓ୍ବାମୀ ଲିଗର ଜଣେ ନେତା ଖାନଦାକାର ଗୁଲାମ ମୌଲା ନକସବନ୍ଦୀ କହିଛନ୍ତି ଯେ ଭାରତ ହୋଇଥିବା ଘଟଣା ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାସତ୍ତ୍ବେ ତାହାର ପ୍ରଭାବ ବାଂଲାଦେଶ ଉପରେ ପଡ଼ୁଛି। ବିଭିନ୍ନ ବିଭେଦକାରୀ ଶକ୍ତିମାନେ ଏହାର ଫାଇଦା ନେଇ ବାଂଲାଦେଶରେ ଆଇନ ଶୃଙ୍ଖଳା ବିଗାଡ଼ିବାକୁ ଉଦ୍ୟମ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ଓ ସ୍ଥାନୀୟ ରାଜନୀତି ଯୋଗୁଁ ବିଭିନ୍ନ ସ୍ଥିତି ସୃଷ୍ଟିହେଉଛି । କିନ୍ତୁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତେବେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ଗତ ଶୁକ୍ରବାରଦିନ ପ୍ରଫେଟ ବିବାଦର ପ୍ରତିକ୍ରିୟା ବାଂଲାଦେଶରେ ବି ଦେଖିବାକୁ ମିଳିଥିଲା। ଢାକାର ବୈତୁଲ ମୁକରମ ମସଜିଦରେ ଲୋକମାନେ ଏକାଠି ହୋଇ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତର ଉତ୍ପାଦ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ। ଇସ୍ଲାମୀ ଆନ୍ଦୋଳନ ବାଂଲାଦେଶ ପକ୍ଷରୁ ଢାକା ଓ ବାଂଲାଦେଶର ଅନ୍ୟ ସହରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ଏହା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

Share Now:

Kalinga News Beuro

Next Post

୪ ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ : ଆଞ୍ଚଳିକ ପାଣିପାଗ କେନ୍ଦ୍ର

Sat Jun 11 , 2022
ଭୁବନେଶ୍ବର: ମୌସୁମୀ ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ। ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଜୁନ୍ ମାସରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ […]
୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial