୪ ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ : ଆଞ୍ଚଳିକ ପାଣିପାଗ କେନ୍ଦ୍ର

୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ମୌସୁମୀ ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ। ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଜୁନ୍ ମାସରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇଛି। ପୂର୍ବ ଆକଳନ ମୁତାବକ ଜୁନ୍ ୧୨ରେ ଓଡ଼ିଶା ଛୁଇଁବା ସମ୍ଭବ ହୋଇନାହିଁ। ଗତ ଦୁଇଦିନ ହେବ ଓଡ଼ିଶାରେ ଆକାଶରେ ବାଦଲ ଓ ପବନ ରହିଛି। ହେଲେ ମୌସୁମୀ ଆଗମନରେ ପରିବେଶ ଅନୁକୂଳ ହେଲାଣି। ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଥିଲା। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢ଼ିବାକୁ ଦେଉନଥିଲା। ତେଣୁ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରାଯାଇପାରୁନଥିଲା।

Share Now:

Kalinga News Beuro

Next Post

ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା : ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Sat Jun 11 , 2022
କଟକ: କଟକର ବାରବାଟୀ ଟି-୨୦ ପାଇଁ ଡିସିପି ପିନାକ ମିଶ୍ର କଟକ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଅପରାହ୍ନ ୩ଟାରେ ବାରବାଟୀ ଷ୍ଟାଡିୟମର ଗେଟ ଖୋଲିବ। ପ୍ରବେଶ ଟିକେଟ ଓ ଗେଟ ନମ୍ବର ସ୍ପଷ୍ଟ ଭାବେ ଟିକେଟରେ ରହିଛି। ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଲାଠି, ଦିଆସିଲି, ଲାଇଟର, ବ୍ୟାଗ ଓ […]
ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial