ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା : ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା

କଟକ: କଟକର ବାରବାଟୀ ଟି-୨୦ ପାଇଁ ଡିସିପି ପିନାକ ମିଶ୍ର କଟକ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଅପରାହ୍ନ ୩ଟାରେ ବାରବାଟୀ ଷ୍ଟାଡିୟମର ଗେଟ ଖୋଲିବ। ପ୍ରବେଶ ଟିକେଟ ଓ ଗେଟ ନମ୍ବର ସ୍ପଷ୍ଟ ଭାବେ ଟିକେଟରେ ରହିଛି। ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଲାଠି, ଦିଆସିଲି, ଲାଇଟର, ବ୍ୟାଗ ଓ ହେଲମେଟ ଆଦି ନେବାକୁ ଅନୁମତି ନାହିଁ। କେବଳ ମୋବାଇଲ ଓ ଚଷମା ନେଇ ଭିତରକୁ ଯାଇ ପାରିବେ। ସାଙ୍ଗରେ ଖୁଚୁରା କଏନ ନ ଆଣିବାକୁ ସେ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି, ଓସିଏ ପକ୍ଷରୁ ପାଣି ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଟିକେଟରେ ଉଲ୍ଲେଖ କରାଯାଇଛି ମାସ୍କ ବାଧ୍ୟତାମୂଳକ ରହିଛି। ଏଣୁ ବିନା ମାସ୍କରେ ପ୍ରବେଶ ବାରଣ କରାଯିବ। ଦର୍ଶକଙ୍କ ଲାଗି ଦୁଇଟି ପାର୍କିଂ ରହିଛି, ପାର୍କିଂରେ ହେଲମେଟ ରଖି ଆସିବେ। ସୂଚନାଯୋଗ୍ୟ, ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଗତକାଲି ପହଞ୍ଚିଥିଲେ। ଆଜି ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟିମ୍ ଖେଳାଳି ଅଭ୍ୟାସ କରୁଛନ୍ତି।

Share Now:

Kalinga News Beuro

Next Post

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପା ନିର୍ଦ୍ଦେଶକଙ୍କ ଚିଠି : ଖରାଛୁଟି ପରେ ନୂଆ ନିୟମାବଳୀ

Sat Jun 11 , 2022
ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ […]
ଖରାଛୁଟି ପରେ ନୂଆ ନିୟମାବଳୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial