ରଜ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର: ଆଜି ପହିଲି ରଜ। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଚଳିତ ବର୍ଷ କରୋନା କଟକଣା କୋହଳ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିବାର ଲକ୍ଷ୍ୟ ରଖାଯାଇଛି। ଆଜି ଠାରୁ ରଜ ଉତ୍ସବ। ନନ୍ଦନକାନନରେ ଅଧିକ ପର୍ଯ୍ୟଟକ ଆସିବାକୁ ନେଇ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଅଧିକ ଟିକେଟ କାଉଣ୍ଟର ଖୋଲାଯିବ, ଯାହାକି ପର୍ଯ୍ୟଟକମାନେ ଟିକେଟ ନେଇପାରିବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ। ଏହା ସହ ସିସିଟିଭି ମାଧ୍ୟମରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ। ପର୍ଯ୍ୟଟକମାନଙ୍କ ପାଖରୁ ବିଭିନ୍ନ ସମୟରେ ପକେଟମାର ହେଉଥିବାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ ମୁତୟନ କରାଯିବ। ବୋଟିଂ ସ୍ଥଳରେ କୌଣସି ଅଘଟଣକୁ ଏଡାଇବା ପାଇଁ ଓଡ୍ର।ଫ ଓ ଅଗ୍ନିଶମ ବିଭାଗ ଟିମ୍ ନିୟୋଜିତ ରହିବେ। କୌଣସି ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ସ୍ବାସ୍ଥ୍ୟ ବିଭାଗ ନିୟୋଜିତ ରହିବେ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜିତ କୁମାର ସୂଚନା ଦେଇଛନ୍ତି। ଏହା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦୁଇ ପାଖରେ ଥିବା ଗାଁର ଜିଲ୍ଲା ପରିଷଦ ଓ ସରପଞ୍ଚକୁ ନେଇ ବୈଠକ ହୋଇଛି। କିଭଳି ଭାବରେ ରଜ ସମୟରେ ପର୍ଯ୍ୟଟକଙ୍କର କୌଣସି ଅସୁବିଧା ହୁଏ ସେହି ଭଳି କାର୍ଯ୍ୟ କରାଯିବ। ରଜ ସମୟରେ ଦୈନିକ ୩୦ରୁ ୩୫ ହଜାର ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଥାନ୍ତି ବୋଲି କହିଛନ୍ତି କର୍ତ୍ତୃପକ୍ଷ। ଏହା ସହ ଆଜି ପହିଲି ରଜ ଥିବାରୁ ହଜାର ହଜାର ପର୍ଯ୍ୟଟକ ଆସିବାର ଲକ୍ଷ୍ୟ ରଖାଯାଇଛି। ଆଜି ସୋମବାର ରହିଥିବାରୁ ନନ୍ଦନକାନନ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ଖୋଲାଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ। ଏଥିପ୍ରତି ସତର୍କ ରହିଛନ୍ତି କର୍ତ୍ତୃପକ୍ଷ।

Share Now:

Kalinga News Beuro

Next Post

କପିଳାସ ପ୍ରାଣୀ ଉଦ୍ୟାନର ରେସକ୍ୟୁ କେନ୍ଦ୍ରରେ ହାତୀଛୁଆର ମୃତ୍ୟୁ

Wed Jun 15 , 2022
ଗଦିଆ: ଢେଙ୍କାନାଳ ଜିଲ୍ଳା ବ୍ଲକ ଅନ୍ତର୍ଗତ କପିଳାସ ପ୍ରାଣୀ ଉଦ୍ୟାନ ହାତୀ ରେସକ୍ୟୁ କେନ୍ଦ୍ରରେ ଆଜି ସକାଳ ସମୟରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିବାର ଜଣାଯାଇଛି। ଘଟଣାରୁ ଜଣାଯାଇଛି ଉକ୍ତ ହାତୀଛୁଆଟିକୁ ହିନ୍ଦୋଳ ବନଖଣ୍ଡ ଅଞ୍ଚଳରୁ ଅଣାଯାଇଥିଲା ଉକ୍ତ ବନଖଣ୍ଡ ଅଧିନ କୁନୂଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୋଟିଏ ହାତୀ ଦୁଇ ଦିନ ତଳେ ଏକ ଛୁଆ ଜନ୍ମ ଦେଇ ତାକୁଛାଡି ପଳାଇଥିଲା, ଖବର ପାଇ ସେଠାକାର କର୍ମଚାରୀ ତୁରନ୍ତ […]
ହାତୀଛୁଆର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial