କପିଳାସ ପ୍ରାଣୀ ଉଦ୍ୟାନର ରେସକ୍ୟୁ କେନ୍ଦ୍ରରେ ହାତୀଛୁଆର ମୃତ୍ୟୁ

ହାତୀଛୁଆର ମୃତ୍ୟୁ

ଗଦିଆ: ଢେଙ୍କାନାଳ ଜିଲ୍ଳା ବ୍ଲକ ଅନ୍ତର୍ଗତ କପିଳାସ ପ୍ରାଣୀ ଉଦ୍ୟାନ ହାତୀ ରେସକ୍ୟୁ କେନ୍ଦ୍ରରେ ଆଜି ସକାଳ ସମୟରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିବାର ଜଣାଯାଇଛି। ଘଟଣାରୁ ଜଣାଯାଇଛି ଉକ୍ତ ହାତୀଛୁଆଟିକୁ ହିନ୍ଦୋଳ ବନଖଣ୍ଡ ଅଞ୍ଚଳରୁ ଅଣାଯାଇଥିଲା ଉକ୍ତ ବନଖଣ୍ଡ ଅଧିନ କୁନୂଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୋଟିଏ ହାତୀ ଦୁଇ ଦିନ ତଳେ ଏକ ଛୁଆ ଜନ୍ମ ଦେଇ ତାକୁଛାଡି ପଳାଇଥିଲା, ଖବର ପାଇ ସେଠାକାର କର୍ମଚାରୀ ତୁରନ୍ତ କପିଳାସ ହାତୀ ରେସକ୍ୟୁ କେନ୍ଦ୍ରକୁ ଖବର ଦେଇଥିଲେ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାକୁ ସେଠାରୁ ଉଦ୍ଧାର କରି ଏଠାକୁ ଆଣି ତାର ସେବା ଓ ଚିକିତ୍ସା ଆରମ୍ଭ କରିଥିଲେ କିନ୍ତୁ ଆଜି ସକାଳୁ ଉକ୍ତ ହାତୀଛୁଆର ମୃତ୍ୟୁ ହୋଇଛି। ଏହାପରେ ଉକ୍ତ ମୃତ ହାତୀଛୁଆକୁ ପୋଷ୍ଟମର୍ଟମ କରି ତାର ମୃତଦେହକୁ ପୋତି ଦିଆଯାଇଛି।

Share Now:

Kalinga News Beuro

Next Post

ଉଦଘାଟନ ହେବାର ତିନି ଦିନରେ ଭୁଶୁଡ଼ିଲା ୫ଟି ବିଦ୍ୟାଳୟର ପାଚେରି

Wed Jun 15 , 2022
ବୋରିଗୁମ୍ମା: ଉଦ୍‌ଘାଟନର ତିନି ଦିନରେ ୫ଟି ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ସର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଏହି ଅଘଟଣ ଘଟିଛି। ସ୍କୁଲ ଛୁଟି ଥିବାରୁ ଅଘଟଣ ସମୟରେ କେହି ନଥିଲେ। ସୂଚନା ଅନୁସାରେ ସାରା ରାଜ୍ୟରେ ଗତ ୧୦ ତାରିଖ ଦିନ ୪୧୬ […]
୫ଟି ବିଦ୍ୟାଳୟର ପାଚେରି ଭୁଶୁଡ଼ିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial