ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମିଳୁନି ପତ୍ତା

ନୂପୁର ଶର୍ମା

ମୁମ୍ବାଇ: ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମିଳୁନି ପତ୍ତା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଥିବା ନୂପୁର ଶର୍ମାଙ୍କୁ ଗତ ୩ଦିନ ହେଲାଣି ମୁମ୍ବାଇ ପୁଲିସ ଖୋଜୁଥିଲେ ବି ତାଙ୍କ ପତ୍ତା ମିଳୁନଥିବା ମହାରାଷ୍ଟ୍ର ଗୃହ ବିଭାଗର ସୂତ୍ରରୁ ଜଣାପଡ଼ିଛି। ମୁମ୍ବାଇ ପୁଲିସର ପାଇଧୋନି ପୁଲିସ ଷ୍ଟେସନରେ ନୂପୁର ଶର୍ମାଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଥିବା ବେଳେ ଶର୍ମାଙ୍କୁ ଗିରଫ କରିବା ପାଇଁ ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଥିବା ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ଜଣାପଡ଼ିଛି। ମୁମ୍ବାଇ ପୁଲିସ ବ୍ୟତୀତ ନୂପୁର ଶର୍ମାଙ୍କ ବିରୋଧରେ ଥାଣେ ପୁଲିସ କମିଶନରେଟଙ୍କ ନିକଟରେ ମଧ୍ୟ ଏକ ଏତଲା ରୁଜୁ ହୋଇଛି। ହେଲେ ଏବେ ତାଙ୍କର ପତ୍ତା ମିଳୁନଥିବାରୁ ତାଙ୍କୁ ଗିରଫ କରିବା ଅସମ୍ଭବ ହୋଇଛି। ଉଲ୍ଲେଖଯୋଗ୍ୟ, ବିଜେପିର ଜାତୀୟ ମୁଖପାତ୍ର ଭାବରେ ନୂପୁର ଶର୍ମା ଏକ ଟିଭି ବିତର୍କରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପ୍ରଫେଟ ମହମ୍ମଦଙ୍କୁ ନେଇ କିଛି ଏଭଳି ଟିପ୍ପଣୀ ଦେଇଥିଲେ, ଯାହା ପ‌ରେ ବିବାଦୀୟ ହୋଇଥିଲା। କେବଳ ଭାରତରେ ନୁହେଁ ତାଙ୍କ ଟିପ୍ପଣୀକୁ ନେଇ ଅନେକ ଗଲ୍ଫ ଦେଶ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଏମିତି କି ଭାରତୀୟ ଜିନିଷକୁ ବଏକଟ ମଧ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ଦଳରୁ ନିଲମ୍ବିତ ହେବା ପରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଅଭିଯୋଗ କରିଥିଲେ ଯେ, ରସୁଲ ମହମ୍ମଦଙ୍କ ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେବା ନେଇ ଏକ ମିଥ୍ୟା ଭିଡିଓ ଟ୍ବିଟ୍‌ କରାଯିବା ପରେ ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଛି। ୱେବ୍‌ସାଇଟ୍ ଅଲ୍‌ଟ ନ୍ୟୁଜ୍‌ର ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଏକ ବିତର୍କରେ ତାଙ୍କ କଥାର ଭିଡିଓକୁ ବ୍ୟାପକ ଭାବେ ଏଡିଟ୍ କରି ଟ୍ବିଟରରେ ପୋଷ୍ଟ କରିଛନ୍ତି। ତେଣୁ ଏହାକୁ ନେଇ ଆସୁଥିବା ଧମକ ପରିପ୍ରେକ୍ଷୀରେ ତାଙ୍କର ବା ତାଙ୍କ ପରିବାରର ଯଦି କିଛି ହୁଏ ସେଥିପାଇଁ ଜୁବୈର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ।

Share Now:

Kalinga News Beuro

Next Post

ସ୍ତ୍ରୀଙ୍କୁ ହାଣି ଗୁହାଳରେ ପୋତିଦେଲା ପିଶାଚ ସ୍ବାମୀ

Fri Jun 17 , 2022
ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ହାତଗୋଡ଼ା ପଞ୍ଚାୟତ ବେହେରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି କଟୁରିରେ ପତ୍ନୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଛି। କେବଳ ସେତିକି ନୁହେଁ, କଟାମୁଣ୍ଡକୁ ଗୁହାଳରେ ପୋତି ଦେଇଥିବା ଜଣାପଡ଼ିଛି। ସାହିର ରାଜେନ୍ଦ୍ର ମହାକୁଡ଼ (୪୦) ପତ୍ନୀ ପ୍ରତିମା ମହାକୁଡ଼ (୩୫)ଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲା। ଯାହାକୁ ନେଇ ଆଜି ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା […]
ପତ୍ନୀଙ୍କୁ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial