ବର୍ଷା ବିଗାଡ଼ିଦେଲା : ୫ମ ଟି-୨୦ ବାତିଲ, ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ

ବର୍ଷା ବିଗାଡ଼ିଦେଲା

ବେଙ୍ଗାଲୁରୁ : ସିରିଜ ୨-୨ ସ୍ତରରେ ଥିଲା। ରବିବାର ଖେଳାଯାଉଥିବା ୫ମ ଟି-୨୦ ମ୍ୟାଚର ଫଳାଫଳ ସିରିଜ ବିଜେତା ପ୍ରଦାନ କରିଥାନ୍ତି। କିନ୍ତୁ ବର୍ଷା ସବୁ ବିଗାଡ଼ିଦେଲା। ପ୍ରବଳ ଯୋଗୁଁ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରିବାକୁ ମ୍ୟାଚ ରେଫରୀ ଘୋଷଣା କରିଛନ୍ତି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଟସ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପରେ ବର୍ଷା ଛାଡ଼ିବା ପରେ ସଂଧ୍ୟା ୭ଟା ୫୦ରେ ମ୍ୟାଚ ଆରମ୍ଭ ହୋଇଥିଲା। ତେବେ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୩.୩ ଓଭରେ ୨ ଓ୍ବିକେଟ ହରାଇ ୨୮ ରନ କରିଥିଲା। ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ବହୁ ସମୟ ଧରି ବର୍ଷା ଲାଗି ରହିବାରୁ ଓ ପଡ଼ିଆରେ ପାଣି ଜମିରହିଥିବାରୁ ମ୍ୟାଚ ରେଫରି ଜଭଗଲ ଶ୍ରୀନାଥ ମ୍ୟାଚକୁ ବାତିଲ ଘୋଷଣା କରିଥିଲେ। ପ୍ରଥମ ୪ଟି ମ୍ୟାଚରେ ଦୁଇଦଳ ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିଲେ ଓ ସିରିଜ ୨-୨ରେ ବରାବର ରହିଥିଲା। ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଥିବାବେଳେ ୩ୟ ଓ ୪ର୍ଥ ମ୍ୟାଚରେ ଭାରତ ଜିତିଥିଲା। କିନ୍ତୁ ବର୍ଷା ଯୋଗୁଁ ସିରିଜ ଅମିମାଂସିତଭାବେ ହିଁ ଶେଷ ହୋଇଗଲା।

Share Now:

Kalinga News Beuro

Next Post

ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସ କର୍ମୀଙ୍କ ଆକ୍ରମଣ

Mon Jun 20 , 2022
ପୁଲିସ ଗାଡିକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଆରଏସସି୧୩ ଗ୍ରାମରେ ଗତ କିଛି ଦିନ ତଳେ ପୁଲିସ ରାତି ଅଧରେ ପଶି ମହିଳାମାନଙ୍କୁ ଆକ୍ରମଣ କରିବା ଘଟଣାରେ କଂଗ୍ରେସର ଫ୍ୟାକ୍ଟ ଫାଇଡିଂ ଟିମ ଗତ ଦିନରେ ଏସପିଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିଥିବାବେଳେ ଆଜି ଚିତ୍ରକୋଣ୍ଡାରେ ଏହାକୁ ବିରୋଧ କରି ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଜୟପୁର ବିଧାୟକ […]
ପୁଲିସ ଗାଡିକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial