ସୁସ୍ଥ ହେଉଛି ଦିବ୍ୟାଙ୍ଗ ରାହୁଲ

ସୁସ୍ଥ ହେଉଛି ଦିବ୍ୟାଙ୍ଗ ରାହୁଲ

ବିଳାସପୁର : ବିଳାସପୁର ଜିଲ୍ଲାପାଳ ଡ. ସାରାଂଶ ସିତ୍ତର ଆଜି ଆପୋଲୋ ହସପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରାହୁଲ ସାହୁର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାହୁଲ ଧୀରେ ଧୀରେ ସୁସ୍ଥ ହେଉଥିବା ସେ ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ୧୦ ବର୍ଷର ବାଳକ ରାହୁଲକୁ ୮୦ ଫୁଟ୍ ଗଭୀର ବୋରୱେଲ ଗାତରୁ ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ତାର ଚିକିତ୍ସା କରାଯାଉଛି। ଇତି ମଧ୍ୟରେ ତାକୁ ଡାକ୍ତରଖାନାରେ ଭର୍ତ୍ତି ହେବାର ପାଞ୍ଚ ଦିନ ବିତିଗଲାଣି ଓ ଧୀରେ ଧୀରେ ତାର ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି। ତାର ସମସ୍ତ ସ୍ୱାସ୍ଥ୍ୟ ସୂଚକାଙ୍କ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି ଓ ସେ ନିଜେ ଉଠି ବସିବା ସହ ତାକୁ ଦେଖିବାକୁ ଆସୁଥିବା ଲୋକମାନଙ୍କୁ ହସି ହାତ ହଲାଉଛି।
ଏକ ସପ୍ତାହ ମଧ୍ୟରେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତରମାନେ ଆଶା ପ୍ରକଟ କରିଛନ୍ତି। କଲେକ୍ଟର ଡକ୍ଟର ମିତ୍ତର ରାହୁଲଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ରାହୁଲଙ୍କ ମନୋରଞ୍ଜନ ପାଇଁ ପିଲାମାନଙ୍କ କାହାଣୀ ଥିବା ପେଣ୍ଟିଂ ସାମଗ୍ରୀ ଏବଂ ପୁସ୍ତକ ମଧ୍ୟ ସେ ପ୍ରଦାନ କରିଥିଲେ। ଏହି ଅବସରରେ ସେ ରାହୁଲଙ୍କ ମା’ ଏବଂ ପରିବାର ସଦସ୍ୟଙ୍କୁ ଭେଟି ଡାକ୍ତରଖାନାରେ ଦିଆଯାଉଥିବା ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସୁବିଧା ବିଷୟରେ ପଚାରି ବୁଝିଥିଲେ ଜିଲ୍ଲାପାଳ।

Share Now:

Kalinga News Beuro

Next Post

ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସିର ନୂତନ କମିସନର ଭାବେ ଦାୟିତ୍ବ ନେଲେ

Mon Jun 20 , 2022
ଭୁବନେଶ୍ବର: ନୂଆ ବିଏମ୍‌ସି କମିସନର୍‌ ବିଜୟ ଅମୃତ କୁଲାଙ୍ଗେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବତନ କମିସନର ତଥା ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହ ସେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ସିଇଓ ଦାୟିତ୍ବ ମଧ୍ୟ ନେଇଛନ୍ତି। ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ତାଙ୍କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ୍ ସ୍ବାଗତ କରିଥିଲେ। ଏହି ଅବସରରେ କମିସନର ଶ୍ରୀ କୁଲାଙ୍ଗେ […]
ବିଜୟ ଅମୃତ କୁଲାଙ୍ଗେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial