ପୋପ୍ ଫ୍ରାନ୍ସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୋପ୍ ଫ୍ରାନ୍ସିସଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର: ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ରୋମରେ ରହଣୀ ସମୟରେ ଆଜି ପୋପ୍ ଫ୍ରାନ୍ସିସଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ଅବସ୍ଥାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଖାଦ୍ୟ ଓଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି.ଯାଦବ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଆମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରୁଥିବା ବେଳେ ସେଠାରେ ଓଡ଼ିଶା ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସଂପର୍କରେ ଆଲୋକପାତ କରିବେ। ୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ସେ ଯୋଗ ଦେବେ। ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ। ସେହିଦିନ ରାତିରେ ହିଁ ସେ ଭୁବନେଶ୍ବର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ରୋମ୍ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Share Now:

Kalinga News Beuro

Next Post

ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Wed Jun 22 , 2022
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।ଏହି ନୂତନ ପଦବୀ ଗୁଡ଼ିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍‌ପେକ୍ଟର (ଡବ୍ଲୁଟି)-୧, ସବ୍‌ଇନିସ୍‌ପେକ୍ଟର (ଡବ୍ଲୁଟି)-୨, ହାବିଲଦାର (ଡବ୍ଲୁଟି)-୪, କନେଷ୍ଟବଳ(ଡବ୍ଲୁଟି)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧। ଏହିପରି […]
ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial