ଜୁନରେ ଓଡ଼ିଶାରେ ୪୦ ପ୍ରତିଶତ ବର୍ଷା ନିଅଣ୍ଟ : ସ୍କାଏମେଟ୍

ଓଡ଼ିଶାରେ ୪୦ ପ୍ରତିଶତ ବର୍ଷା ନିଅଣ୍ଟ

ଭୁବନେଶ୍ବର : ଚଳିତ ଜୁନ ମାସରେ ଏପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ ୧ରୁ ୨୨ ମଧ୍ୟରେ ସାରା ଦେଶରେ ୧୦୫.୮ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକ (୧୦୬ ମିଲିମିଟର)ସହ ପ୍ରାୟ ସମାନ। କିନ୍ତୁ ସାମଗ୍ରିକ ଭାବେ ଦେଶରେ ସ୍ବାଭାବିକ ବର୍ଷା ହୋଇଥିବା ସତ୍ତ୍ବେ ସମଗ୍ର ଦେଶରେ ଏହି ବୃଷ୍ଟିପାତର ଆବଣ୍ଟନ ଅସମାନ ରହିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ରେକର୍ଡ ପରିମାଣର ବର୍ଷା ଯୋଗୁଁ ସାମଗ୍ରିକ ଭାବେ ମୋଟ ବୃଦ୍ଧିପାତ ପରିମାଣ ବୃଦ୍ଧି ପାଇଛି। କିନ୍ତୁ ଦେଶରେ ଏକ ବଡ଼ ଭାଗ ବିଶେଷ କରି ମଧ୍ୟ ଓ ପୂର୍ବ ଭାରତରେ ନିଅଣ୍ଟିଆ ବର୍ଷା ହୋଇଛି।
ସ୍କାଏମେଟର ଏକ ରିପୋର୍ଟ ଅନୁସାରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବର୍ଷା ନିଅଣ୍ଟ ପରିମାଣ ଚିନ୍ତାଜନକ ଭାବେ ୩୫-୪୦ ପ୍ରତିଶତ ରହିଛି। ସେହିପରି ମହାରାଷ୍ଟ୍ରରେ ବର୍ଷା ନିଅଣ୍ଟ ପରିମାଣ ୬୧ ପ୍ରତିଶତ ଥିବାବେଳେ ଗୁଜୁରାଟରେ ୫୦ ପ୍ରତିଶତ ରହିଛି। ଉତ୍ତରପ୍ରଦେଶରେ ବର୍ଷା ନିଅଣ୍ଟ ପରିମାଣ ୭୩ ପ୍ରତିଶତ ରହିଛି। ଦକ୍ଷିଣ ଭାରତରେ ନିଅଣ୍ଟିଆ ସ୍ଥିତି ସେତେଟା ଚିନ୍ତାଜନକ ନଥିଲେ ବି କେରଳରେ ନିଅଣ୍ଟ ପରିମାଣ ୫୮ ପ୍ରତିଶତ ରହିଛି। ତେବେ ଜୁନ ୧୫ ପରେ ବର୍ଷା ପରିମାଣ ବଢିଥିବାରୁ ଏସବୁ ରାଜ୍ୟରେ ସ୍ଥିତିରେ ଉନ୍ନତି ଆସିବାରେ ଲାଗିଛି। ଜୁନ ଶେଷ ସୁଦ୍ଧା ନିଅଣ୍ଟିଆ ସ୍ଥିତି ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଆଦିରେ ରେକର୍ଡ ପରିମାଣରେ ବୃଷ୍ଟିପାତ ହୋଇଛି। ଏଣୁ ସେଠାରେ ବନ୍ୟା ଦେଖାଦେଇଛି।

Share Now:

Kalinga News Beuro

Next Post

ଚୋରକୁ ଲଜ୍ୟା ନାହିଁ - "ମୁଁ ଏବେ ବି ବିଜେଡିରେ ଅଛି, ବହିଷ୍କାର ହୋଇନାହିଁ " : ପ୍ରଦୀପ ପାଣିଗ୍ରାହୀ

Thu Jun 23 , 2022
‌ବ୍ରହ୍ମପୁର: ଦୀର୍ଘଦିନ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। କିନ୍ତୁ ନିୟମ ଅନୁସାରେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ସଂପର୍କରେ ଜଣାଇବା କଥା। ସେ ଆହୁରି କହିଛନ୍ତି […]
ପ୍ରଦୀପ ପାଣିଗ୍ରାହୀ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial