ଚୋରକୁ ଲଜ୍ୟା ନାହିଁ – “ମୁଁ ଏବେ ବି ବିଜେଡିରେ ଅଛି, ବହିଷ୍କାର ହୋଇନାହିଁ ” : ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପ ପାଣିଗ୍ରାହୀ-2

‌ବ୍ରହ୍ମପୁର: ଦୀର୍ଘଦିନ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। କିନ୍ତୁ ନିୟମ ଅନୁସାରେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ସଂପର୍କରେ ଜଣାଇବା କଥା। ସେ ଆହୁରି କହିଛନ୍ତି ଯେ, ବିଧାନସଭା ୱେବସାଇଟ ସୂଚୀରେ ୨୬ ନଂ ସ୍ଥାନରେ ମୋର ନାଁ ରହିଛି। ବିଜେଡିର ତାଲିକାରୁ ମୋର ନାଁ କଟାଯାଇ ନାହିଁ। ମୁଁ ଏବେ ବି ବିଜେଡିରେ ଅଛି। ବିଜେଡିରୁ ବହିଷ୍କାର ହୋଇନାହିଁ। ମୁଁ ଜଣେ ବିଜେଡିର ସଦସ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ମୋତେ ଭଲ ପାଉ ନ ଥାନ୍ତେ ତା’ହେଲେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ବୋଲି ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀର ସିନ୍ଧିଗାଁଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସିନ୍ଧିଗାଁର ଲୋକେ ତଥା ପଞ୍ଚାୟତବାସୀ ତାଙ୍କୁ ନିମନ୍ତ୍ରଣ ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। କାରଣ ଗୋପାଳପୁର ଟାଟା କମ୍ପାନି ମାମଲାରେ ଗିରଫ ହୋଇ ଜେଲ ଯିବା ଏବଂ ଜେଲରୁ ବାହାରିବା ପରେ ଶ୍ରୀ ପାଣିଗ୍ରାହୀ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ। ହନୁମାାନ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗଦେଇ ଗୋପାଳପୁର ବିଧାୟକ କହିଥିଲେ ଯେ, ହନୁମାନ ସବୁବେଳେ ଧର୍ମର ରକ୍ଷକ। ସେ ହେଉଛନ୍ତି ପ୍ରଭୁ ଶ୍ରୀରାମଙ୍କ ଭକ୍ତ। ହନୁମାନଙ୍କୁ ସମସ୍ତେ ଜାଣନ୍ତି। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଡକାଯାଇଥିବାରୁ ଉତ୍ସାହିତ ଅନୁଭବ କରୁଛି ଏବଂ ଏଠାରେ ଉପସ୍ଥିତ ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛି। ପୁନର୍ବାର ଗଞ୍ଜାମ ଜିଲ୍ଲା ଓ ଏହି ନିର୍ବାଚନ ମଣ୍ଡଳୀର କାମ ଆଗେଇ ନେବାକୁ ଆଜି ଏକ ସଂକଳ୍ପର ଦିନ।

Share Now:

Kalinga News Beuro

Next Post

ଚାକିରି ଛାଡ଼ି ବନିଲେ ଅଟୋ ଡ୍ରାଇଭର୍‌ : ସୋସିଆଲ୍‌ ମିଡିଆରେ ଛାଇଲା ମହିଳାଙ୍କ କାହାଣୀ

Thu Jun 23 , 2022
ନୂଆଦିଲ୍ଲୀ: ଯୁଗ ବଦଳିଛି, କୌଣସି କାମ ପାଇଁ ଏବେ ଆଉ ନାରୀ ଓ ପୁରୁଷ ମଧ୍ୟରେ ସେ ପାର୍ଥକ୍ୟ ନାହିଁ। ଅନେକ ସମୟରେ ଏହି କଥାଟି ପ୍ରମାଣ ହୋଇ ଚାଲିଥିବା ବେଳେ ନିକଟ‌ରେ ପୁଣି ଥରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମହିଳା ଏକ ଓଲା ଅଟୋ ବୁକ୍‌ କଲେ। ଅଟୋ ବୁକ୍‌ କରିବାର ୨ ମିନିଟ୍‌ ମଧ୍ୟରେ ତାଙ୍କ ପାଖରେ ପହଞ୍ଚିଥିଲା ଗାଡ଼ି। ସେ […]
ଚାକିରି ଛାଡ଼ି ବନିଲେ ଅଟୋ ଡ୍ରାଇଭର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial