ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି : ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ

ମାନବାଧିକାର କମିସନ

ପୁଲିସ ଡିଜି ଓ ଆଇଜିଙ୍କୁ ନୋଟିସ୍

କଟକ: ଶେଷରେ ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି ବି‌ଶୋଇ। ଗତକାଲି ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ କଟକ ଜିଲ୍ଲା କିଶନନଗର ଥାନା ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇ(୫୨)ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା ପରିସରରେ ଗୁଣନିଧିଙ୍କ ଆତ୍ମହୁତି ଓ ମୃତ୍ୟୁ ଘଟଣାକୁ ଗୁରୁତ୍ବର ‌ସହ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ ଆଡୁ କମିସନ ଏହି ପ୍ରସଙ୍ଗକୁ ନେଇ ମାମଲା ରଜୁ କରିଛନ୍ତି। ଏଥିସହ ମାମଲାରେ ପୁଲିସ ଡିଜି ଓ ଆଇଜିଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ପରବର୍ତ୍ତୀ ତାରିଖ ସୁଦ୍ଧା ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି। ଅର୍ଥାତ୍‌ ଜୁଲାଇ ୨୫ ସୁଦ୍ଧା ଏହି ପ୍ରସଙ୍ଗରେ ପୁଲିସ ନିଜ ପକ୍ଷ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ପୁଲିସ ପକ୍ଷରୁ ଥାନାର ସିସିଟିଭି ଜବତ୍‌ କରାଯାଇ ଯାଞ୍ଚ କରାଯାଉଛି। ଗତକାଲି କିଶନନଗର ଥାନା ସମ୍ମଖରେ ନିଜ ଦେହରେ କିରୋସିନ ନିଆଁ ଲାଗାଇ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗୁଣନିଧି ବିଶୋଇ। ପରେ ତାଙ୍କୁ ତୁରନ୍ତ କଟକର ଘରୋଇ ହସ୍ପିଟାଲରେ ଭରତ୍ତି କରାଯାଇଥିଲା। ଗୁଣନିଧିଙ୍କ ଶରୀର ୮୦ ପ୍ରତିଶତ ପୋଡ଼ି ଯିବା ଓ ଅବସ୍ଥା ସଙ୍କଟାପନ୍ନ ବୋଲି ଡ଼ାକ୍ତର କହିଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି।

Share Now:

Kalinga News Beuro

Next Post

ବାଣୀବିହାର ପରିସରରେ ହିଂସା : ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହାତାହାତି, ବୁଲିଲା ଖଣ୍ଡା-ଭୁଜାଲି

Fri Jun 24 , 2022
ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆଜି ସନ୍ଧ୍ୟାରେ ହିଂସା ଦେଖାଯାଇଛି। ବାଣୀବିହାର ପରିସରରେ ‌ଏକ ଗୋଷ୍ଠୀର ଛାତ୍ରମାନେ ଖଣ୍ଡା ଓ ଭୁଜାଲି ଧରି ଉପଦ୍ରବ ସୃଷ୍ଟି କରିଛନ୍ତି। ଉପଦ୍ରବକାରୀ ଛାତ୍ରମାନେ ପୁରୁଣା ଭିସି ଅଫିସ୍ ଆଗରେ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିବା ସହିତ ଖଣ୍ଡା ଓ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ସେମାନେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। ଏଥି ସହିତ କିଛି […]
ପୁଣି ବାଣୀବିହାର ପରିସରରେ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial