କେନ୍ଦୁଝର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ: କ୍ଷୋଭ ପ୍ରକାଶ କଲେ ଗଜପତି

ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ

ପୁରୀ: ବିଶ୍ବର ଉଚ୍ଚତମ ରଥ ଭାବେ କେନ୍ଦୁଝର ବଳଦେବଜିଉଙ୍କ ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି। ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ ପୁରୀର ରଥ ହିଁ ସବୁଠୁ ଉଚ୍ଚ ହେବା କଥା। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ। କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀଠାରୁ ଅଧିକ କରାଯାଉଥିବାରୁ ଏହା ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ। ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି। ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ଓ ଏଥିରେ ୧୬ ଚକ ରହିଥାଏ। ରଥର ଗୋଲେଇ ୪୫ ଫୁଟ ହୋଇଥାଏ। ଏହି ରଥରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଯାତ୍ରା କରିଥାନ୍ତି। ବିଶ୍ବର ଉଚ୍ଚତମ ରଥ ଭାବେ ଏହା ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି। ୨୦୧୮ ମସିହାରେ କେନ୍ଦୁଝର ବଳଦେବ ଜିଉଙ୍କ ରଥ ବିଶ୍ବର ସବୁଠାରୁ ବଡ଼ ଜଗନ୍ନାଥ ରଥ ବୋଲି ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଘୋଷଣା କରିଥିଲା। ଏଥିସହିତ ଏସିଆ ପେସିଫିକ୍ ରେକର୍ଡସ ଓ ଇଣ୍ଡିଆନ ନ୍ୟାସନାଲ୍ ରେକର୍ଡସ ସଂସ୍ଥା ମଧ୍ୟ ଏହାକୁ ସର୍ବୋଚ୍ଚ ରଥର ମାନ୍ୟତା ଦେଇଥିଲା। ଏହା ପୁରୀର ରଥଠାରୁ ଉଚ୍ଚ ବୋଲି ସମ୍ପୃକ୍ତ ସଂସ୍ଥା କହିଥିଲେ।
କେନ୍ଦୁଝରର ବଳଦେବଜିଉଙ୍କ ରଥ ବିଶ୍ବର ସବୁଠାରୁ ବୃହତ୍ତମ ଜଗନ୍ନାଥ ରଥ ବୋଲି ଜିଲ୍ଲା ପ୍ରଶାସନ ଦାବି କରୁଥିଲା। ଏହି ମାନ୍ୟତା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଥିଲା। ଆବେଦନକୁ ଗ୍ରହଣ କରି ୨୦୧୮ ଡିସେମ୍ବର ୨୫ ତାରିଖରେ ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନର ମୁଖ୍ୟ ମନମୋହନ ରାୱତ କେନ୍ଦୁଝର ଗସ୍ତରେ ଆସି ବଳଦେବ ଜିଉଙ୍କ ରଥର ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କିତ ରିପୋର୍ଟ ‌ସେ ରିସର୍ଚ କମିଟିକୁ ଦେଇଥିଲେ। ବର୍ତ୍ତମାନ ପୁରୀ ଗଜପତିଙ୍କର କେନ୍ଦୁଝରର ରଥକୁ ନେଇ ଏଭଳି ବୟାନ ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କେନ୍ଦୁଝରରେ ବଳଦେବଜୀଉଙ୍କ ରଥଯାତ୍ରା ୪୫୦ ବର୍ଷ ହେବ ଅନୁଷ୍ଠିତ ହେଉଛି। ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭଳି ପରମ୍ପରା ଅନୁସାରେ କେନ୍ଦୁଝରରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ।

Share Now:

Kalinga News Beuro

Next Post

ସାମ୍ବାଦିକଙ୍କ ଘରୁ ଲୁଟି ନେଲେ ୮ଲକ୍ଷ ଟଙ୍କାର ସୁନା ଗହଣା

Sat Jun 25 , 2022
ବାଲିଅନ୍ତା: ବାଳକାଟି ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୂର ଜଗନ୍ନାଥ କଲୋନିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି। ବାଳକାଟି ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ମନୋଜ କୁମାର ମଣ୍ଡଳଙ୍କ ଶୋଇବା ଘର ଝରକା ତାଡ଼ି ୧୩୦ ଗ୍ରାମ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ ଗହଣାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଲୁଟ ସୁନାଗହଣା ମଧ୍ୟରେ ରହିଛି,୧୮ […]
ସାମ୍ବାଦିକଙ୍କ ଘର ଝରକା ତାଡ଼ି ନେଇଗଲେ ୮ଲକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial