ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ୩ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ

ଡାକ ଓ ଦୂରସଂଚାର ବିଭାଗ

ସର୍ବଭାରତୀୟ କର୍ମକର୍ତ୍ତା ଚୟନ: ଗଦାଧର ରଥ ଅତିରିକ୍ତ ମହାସଚିବ

ଭୁବନେଶ୍ୱର: ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ତିନି ଦିନିଆ ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ଡାକ ବିଭାଗର ବରିଷ୍ଠ ଉପମହା ନିର୍ଦ୍ଦେଶକ ଗୋପାଳ କୃଷ୍ଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜୁନ ୨୩ରୁ ୨୫ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇ ଯାଇଛି। ସେ ଅଧିକାରୀମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ସୂଚନା ଦେଇଥିଲେ। ଜୁନ ୨୪ରେ ଅନୁଷ୍ଠିତ ଖୋଲା ଅଧିବେଶନରେ ଦିଲ୍ଲୀସ୍ଥିତ ଦୂରସଂଚାର ବିଭାଗ ଦିଲୀପ ପାଧ୍ୟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକାରୀମାନଙ୍କ ସମସ୍ୟାକୁ ସହାନୁଭୂତିର ସହିତ ବିଚାର କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସଂଚାର ନିୟନ୍ତ୍ରକ ଲୋପାମୁଦ୍ରା ମହାନ୍ତି ଓ ନିର୍ଦ୍ଦେଶକ (ଡାକ ଲେଖା) ପ୍ରଶାନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବୃଦ୍ଧି ଓ ସମ୍ମିଳନୀ ଦିବସର ଐତିହାସିକ ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଂଘର ସର୍ବ ଭାରତୀୟ ମହାସଚିବ ଧୂନା ରାମ ଯାଦବ ଅଧିକାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ଓଡିଶା ଶାଖାର ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ସର୍ବଭାରତୀୟ ସଂଗଠନ ସମ୍ପାଦକ ତଥା ସମ୍ମିଳନୀର ଆବାହକ ଗଦାଧର ରଥ ଉପସ୍ଥିତ ଅତିଥି ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଭାପତି ବିନୋଦ ନିଝାୱନ ସଭା ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଯୋଗଦେଇଥିବା ୨୨ଟି ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରୁ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବଭାରତୀୟ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା। ଓଡିଶା ଶାଖାରୁ ସର୍ବ ଭାରତୀୟ ଅତିରିକ୍ତ ମହାସଚିବ ଭାବେ ଗଦାଧର ରଥ, ସାଙ୍ଗଠନିକ ସମ୍ପାଦକ ଭାବେ ଶ୍ରୀକାନ୍ତ ମହାପାତ୍ର ଓ ସଂଘର କେନ୍ଦ୍ରୀୟ ସଚିବାଳୟର ସଦସ୍ୟା ଭାବେ ପାର୍ବତୀ ପ୍ରସାଦ ମିଶ୍ର ନିର୍ବାଚିତ ହୋଇଛନ୍ତି। ସନ୍ଧ୍ୟାରେ ମାନସ ଦାଶ ଓ ସାଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

ବାଣୀବିହାର ପରିସରରେ ଗୁଣ୍ଡାଗର୍ଦିକୁ ନେଇ କୁଳପତିଙ୍କ ବାସଭବନ ସମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

Sat Jun 25 , 2022
ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାା ସମୟରେ ହୋଇଥିବା ଗୁଣ୍ଡାଗର୍ଦିକୁ ନେଇ ଆଜି ଛାତ୍ରଛାତ୍ରୀମାନେ କୁଳପତିଙ୍କ ବାସ ଭବନ ସମୁଖରେ ଧାରଣା ଦେଇଛନ୍ତି। ଗତକାଲି କିଛି ଅଣଛାତ୍ର ଆଉ ବିଶ୍ଵବିଦ୍ୟାଳୟର ଛାତ୍ର ମିଶି କ୍ୟାମ୍ପସରେ ଖଣ୍ଡା ବୁଲେଇବା ସହିତ ଅସାମାଜିକ କାଣ୍ଡ ଘଟେଇଥିଲେ ତାକୁ ପ୍ରତିବାଦ କରି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଏହି ସଂକ୍ରାନ୍ତରେ ୬ ଜଣିଆ ପ୍ରତିନିଧି ଦଳ ସହିଦନଗର ଥାନା ଆଇଆଇସିଙ୍କ ସହିତ ଯାଇ କୁଳପତିଙ୍କ ସହିତ […]
ଛାତ୍ରଛାତ୍ରୀଙ୍କ ଧାରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial