‘ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ’

‘ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ’

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ବର: ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ। ଜନ୍ମମାଟି ଓ ଶିକ୍ଷାନୁଷ୍ଠାନ ବ୍ୟକ୍ତି ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ନାରୀ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ଏଥିପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୃଷ୍ଟି ହୋଇଛି। ମା’ ରମାଦେବୀଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ, ବିଶେଷ କରି ପୁରାତନ ଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟକୁ ଦେଶରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ନିର୍ମାଣ କରିପାରିବେ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।
ଆଜି ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଏମ୍‌ସି ମେୟର ସୁଲୋଚନା ଦାସ ଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ସହ ଭଲ ନାଗରିକ ହେବାକୁ ଆହ୍ବାନ ଦେଇଥିଲେ। ସେ କହିଲେ, ଆଜି ପୁରାତନ ଛାତ୍ରୀମାନେ ଅନେକ ସାଫଲ୍ୟ ପାଇଲେଣି ଓ ଏହି ଅନୁଷ୍ଠାନର ଛାତ୍ରୀ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ବିତା କରିବାର ସୁଯୋଗ ପାଇଛନ୍ତି। ଏହା ଗର୍ବ ଓ ଗୌରବର ବିଷୟ। କୁଳପତି ତାଙ୍କ ଅଭିଭାଷଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାରେ ପୁରାତନ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। କୁଳସଚିବ ଶ୍ୟାମଳୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରାତନ ଛାତ୍ରୀ ସଂଘର ଉପସଭାପତି ସୁଦୀପା ରାୟ, ପ୍ରଫେସର ମଧୁସ୍ମିତା ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ରୀ ତଥା ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦ, ଭାଲିନା ଭାଲେଣ୍ଟିନାଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ବର୍ଦ୍ଧିତ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ୧୦ଜଣ କୃତୀ ଗ୍ରାଜୁଏଟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ସଂଘର ପୁରାତନ ସଭାପତି ଇପ୍‌ସିତା ସାହୁ ଓ ଅନ୍ୟ ଛାତ୍ରୀମାନେ ସଭା ପରିଚାଳନା କରିଥିଲେ। ପୁରାତନ ଛାତ୍ରୀ ସଂଘ ପକ୍ଷରୁ ‘ମୋ କଲେଜ’ ଅଭିଯାନକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପିକା ଡ. ସ୍ନେହଲତା ଦାସ ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Next Post

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୃତ୍ତିକା ବଞ୍ଚାଅ ସଚେତନତା ଉପରେ ସାଇକ୍ଲୋଥନ

Sun Jun 26 , 2022
ଭୁବନେଶ୍ୱର: ସୁସ୍ଥ ଜୀବନ ପାଇଁ ଜଳ ଏବଂ ବାୟୁ ପରି ପ୍ରଦୂଷଣମୁକ୍ତ ମୃତ୍ତିକା ଅତ୍ୟନ୍ତ ଜରୁରୀ। କାରଣ ମୃତ୍ତିକା ହେଉଛି ଜୀବ ଏବଂ ଉଦ୍ଭିଦ ସମସ୍ତଙ୍କ ପାଇଁ ଖାଦ୍ୟ-ପ୍ରାଣ। ତେଣୁ ‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ନେଇ ଜନସଚେତନତା ପାଇଁ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜଧାନୀରେ ଏକ ସାଇକ୍ଲୋଥନ ଆୟୋଜିତ ହୋଇଯାଇଛି। ରବିବାର ଦିନ ସକାଳ ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତ ଡମଣା ଛକରୁ ଏହି ସାଇକ୍ଲୋଥନ ଆରମ୍ଭ ହୋଇଥିଲା। ଏଆଇପିଏଚ୍ […]
ମୃତ୍ତିକା ବଞ୍ଚାଅ ସଚେତନତା ଉପରେ ସାଇକ୍ଲୋଥନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial