ସବୁ ସମୟର ଦାସ : ଜୋତା ବିକୁଛନ୍ତି ପାକିସ୍ତାନ ଅମ୍ପାୟାର ଅସଦ୍ ରୌଫ୍‌

ପାକିସ୍ତାନ ଅମ୍ପାୟାର ଅସଦ୍ ରୌଫ୍‌-1

ଇସ୍‌ଲାମ୍‌ବାଦ୍‌: ୧୭୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ଅମ୍ପାରିଂ। ୪୯ ଟେଷ୍ଟ, ୯୮ ଏକ ଦିବସୀୟ ଆଉ ୨୩ ଟି-୨୦ ମ୍ୟାଚ୍। ଆଇସିସି ଏମ୍ପାୟାର୍ସ ଏଲିଟ୍ ପ୍ୟାନେଲରେ ସେ ଜଣେ ସଦସ୍ୟ। ୨୦୦୦ ରୁ ୨୦୧୩ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଅମ୍ପାରିଂ କରିଥିବା ପାକିସ୍ତାନୀ ଅମ୍ପାୟାର ଅସଦ୍ ରୌଫ୍ ଏବେ ଦୋକାନରେ ବସି ଜୋତା ବିକୁଛନ୍ତି। ଟିଭି ପରଦାରେ କ୍ରିକେଟ୍ ଫିଲ୍ଡରେ ନିଶ୍ଚୟ ତାଙ୍କୁ ଦେଖିଥିବେ। ହେଲେ କେବେ ଭାବି ନଥିବେ ତାଙ୍କୁ ଏମିତି ଦୋକାନରେ ଜୋତା ବିକ୍ରି କରୁଥିବା ଅବସ୍ଥାରେ ଦେଖିବାକୁ। ବିଶ୍ୱାସ ଲାଗୁନଥିଲେ ମଧ୍ୟ ଏହା ସତ। ପରିସ୍ଥିତି ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଛି। ଲାହୋରର ଲାଣ୍ଡା ବଜାରରେ ଏକ ଦୋକାନ ଖୋଲିଛନ୍ତି ଅସଦ୍ ରୌଫ। ୬୬ ବର୍ଷିୟ ଅସଦ୍ ୨୦୧୩ ମସିହାରୁ କ୍ରିକେଟ୍ ଜଗତରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ୨୦୧୩ରେ ଅସଦଙ୍କ ବିରୋଧରେ ସ୍ପଟ୍ ଫିକ୍ସିଂ ଅଭିଯୋଗ ଆସିଥିଲା। ଆଇପିଏଲରେ ଅମ୍ପାୟାରିଂ କରୁଥିବା ବେଳେ ଅସଦ୍ ବୁକିଙ୍କଠାରୁ ମୋଟା ରକମର ଗିଫ୍ଟ ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରିଥିଲା ଡିସିପ୍ଲିନାରି କମିଟି। ୨୦୧୬ରେ କମିଟି ରିପୋର୍ଟରେ ଅସଦ୍ ଦୋଷୀ ସାବ୍ୟସ୍ତ ହେବା ପରେ ବିସିସିଆଇ ତାଙ୍କୁ ୫ ବର୍ଷ ପାଇଁ ବ୍ୟାନ୍ କରିଥିଲା। ୨୦୧୨ରେ ଅସଦଙ୍କ ବିରୋଧରେ ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗ ଆସିଥିଲା। ବିବାହ କରିବାର ପ୍ରତିଶୃତି ଦେଇ ଅସଦ ଶାରୀରିକ ସମ୍ପର୍କ ରଖିଥିଲେ, ଏବଂ ପରେ ପ୍ରତାରଣା କରିଥିଲେ ବୋଲି ମୁମ୍ବାଇର ଜଣେ ମଡେଲ୍ ଅଭିଯୋଗ କରିଥିଲେ। ତେବେ ମ୍ୟାଚ୍ ଫିକ୍ସିଂ ଏବଂ ଯୌନ ଶୋଷଣ ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ଅସଦ୍। କେବଳ ରୋଗିଣା ପୁଅକୁ ଅଧିକ ସମୟ ଦେବା ପାଇଁ ସେ କ୍ରିକେଟ୍ ଜଗତଠାରୁ ଦୂରେଇ ଯାଇଛନ୍ତି ବୋଲି ଅସଦ୍ ରୌଫ୍ କହିଛନ୍ତି।

Share Now:

Kalinga News Beuro

Next Post

ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି : ୨ ଫରେଷ୍ଟର ଫେରାର

Tue Jun 28 , 2022
ଭୁବନେଶ୍ବର: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହାତୀ ମୃତ୍ୟୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ପିସିସିଏଫ ଶଶୀ ପଲ ପ୍ରତିକ୍ରିୟା ଦେଇଛନ୍ତି। ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି। ୨ ଜଣ ଫରେଷ୍ଟର ଫେରାର ଅଛନ୍ତି। କାଲି ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ କଙ୍କାଳ ମିଳିଛି। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡିଛି, ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି। […]
ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial