ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ। ରିଲାଏନ୍ସ ଜିଓ ଇନଫୋଟେକ୍ ଲିମିଟେଡର ମ୍ୟାନେଜମେଣ୍ଟ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମାର୍କେଟ ରେଗୁଲେଟୋରୀ ସେବିକୁ ଦିଆଯାଇଥିବା ସୂଚନାରେ ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ଯେ ୨୭ ଜୁନ୍ ୨୦୨୨ରେ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ଚେୟାରମ୍ୟାନ୍ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ଜୁନ୍ ୨୭ରୁ ମୁକେଶ ଅମ୍ବାନୀ କମ୍ପାନିର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ପଙ୍କଜ ମୋହନ ପାୱାର ଜୁନ୍ ୨୭ରୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ପଙ୍କଜ ମୋହନ ଆସନ୍ତା ପାଞ୍ଚ ବର୍ଷ ପାଇଁ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। ସେହିପରି ରାମିନ୍ଦର ସିଂ ଗୁଜରାଲ ଏବଂ କେ.ଭି. ଚୌଧୁରୀଙ୍କୁ କମ୍ପାନିର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେବିକୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁକେଶ ଅମ୍ବାନୀ ୨୭ ଜୁନ୍ ୨୦୨୨ ରୁ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଥାଉ କି ଯେ ରିଲାଏନ୍ସ ଜିଓ ହେଉଛି ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନି। ଜିଓ ପ୍ଲାଟଫର୍ମ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର କମ୍ପାନି ହୋଇଥିବାବେଳେ ୨୦୧୯ରେ କମ୍ପାନିର ପ୍ରତିଷ୍ଠା ହୋଇଥିଲା।

Share Now:

Kalinga News Beuro

Next Post

ସାରା ଦେଶରେ ଜୁଲାଇ ୧ରୁ ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍

Tue Jun 28 , 2022
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ। ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି। ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ବିଶିଷ୍ଟ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଜ୍ଞା […]
ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍
Social media & sharing icons powered by UltimatelySocial