ସାରା ଦେଶରେ ଜୁଲାଇ ୧ରୁ ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍

ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ। ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି। ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ବିଶିଷ୍ଟ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗିବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧକରିଛି ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନକାରୀ ଶିଳ୍ପ ସଂଘ ଆଇଏଟିଏ। ସରକାର ଗୋଟିଏ ଥରରେ ସବୁପ୍ରକାରର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ଲଗାଇବା ବଦଳରେ ପର୍ଯ୍ୟାୟକ୍ରମେ କଟକଣା ଲଗାନ୍ତୁ ବୋଲି ସଂଘ ଦାବି କରିଛି। ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ପରିବେଶ ସମସ୍ୟା ଭାବେ ଦେଖାଦେଇଛି। ଏହା କେବଳ ସ୍ଥଳଭାଗ ନୁହେଁ, ସମୁଦ୍ରକୁ ମଧ୍ୟ ପ୍ରଦୂଷିତ କରୁଛି। ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏ ଧରଣର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରିଥିଲେ ବି ତାହା ବିଶେଷ ଫଳପ୍ରସୂ ହୋଇପାରି ନାହିଁ। ଏଥର ସରକାରଙ୍କ ଉଦ୍ୟମ କେତେ ପ୍ରଭାବୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟରେ ରହିଛି ପ୍ଲାଷ୍ଟିକ ପ୍ଲେଟ୍, ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ, ପ୍ଲାଷ୍ଟିକ୍ ଟ୍ରେ, ପ୍ଲାଷ୍ଟିକ ପତାକା, ସାଜସଜ୍ଜାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ଇତ୍ୟାଦି।

Share Now:

Kalinga News Beuro

Next Post

ମରଣଯନ୍ତା ପାଲଟିଛି ପୁରୀ ବାଇପାସ : ବର୍ଷକୁ ଖର୍ଚ୍ଚ ୫କୋଟି, ଟଙ୍କାକର କାମ ଦେଉନି

Tue Jun 28 , 2022
ଠିକା ସଂସ୍ଥାକୁ ପୋଷୁଛି ଏନ୍ଏଚ୍ଏଆଇ, ସବୁଜାଣି କାହିଁକି ଚୁପ୍ କର୍ତ୍ତୃପକ୍ଷ? ଭୁବନେଶ୍ବର : ଠିକାସଂସ୍ଥା ପ୍ରତିବର୍ଷ ୫ କୋଟି ୩୧ ଲକ୍ଷ ୩୩ହଜାର ଟଙ୍କା ସରକାରଙ୍କଠାରୁ ଗଣି ନେଉଛି। କିନ୍ତୁ ଯୋଉ କାମ ପାଇଁ ଏତେଗୁଡ଼ାଏ ଟଙ୍କା ନେଉଛି, ସେ କାମ କରୁନି। ନା ରାସ୍ତାରୁ ବାଲିସଫା କରୁଛି ନା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କ୍ୟାଟ୍ ଆଇ ଓ ରେଡିୟମ୍ ଲାଇଟ୍ ଭଳି ଅତ୍ୟାବଶ୍ୟକ ଜିନିଷ ରାସ୍ତାକଡ଼‌ରେ ଲଗାଉଛି। ସବୁଠୁ […]
ମରଣଯନ୍ତା ପୁରୀ ବାଇପାସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial