ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା : ଉଦ୍ଧାର ପରେ ୪ ଜଣଙ୍କର ମୃତ୍ୟୁ, ୫ ଚିକିତ୍ସାଧୀନ

ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଳୀ: ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ (ଓଏନ୍‌ଜିସି)ର ଏକ ହେଲିକପ୍ଟର ମଙ୍ଗଳବାର ଆରବ ସାଗରରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଖସି ପଡ଼ିଛି । ଏହି ହେଲିକପ୍ଟରରେ ୨ ପାଇଲଟଙ୍କ ସମେତ ୯ଜଣ ଥିଲେ ଓ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପ‌ରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ସମସ୍ତଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୃତ ୪ଜଣ ହେଲେ ମୁକେଶ ପଟେଲ, ବିଜୟ ମାଣ୍ଡଲୋଇ, ସତ୍ୟମବଦ୍ ପାତ୍ର ଏବଂ ସଞ୍ଜୁ ଫ୍ରାନ୍ସିସ୍। ହେଲିକପ୍ଟରରେ ୯ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପାଇଲଟ ଓ ୬ଜଣ ଓଏନଜିସି କର୍ମଚାରୀ ଥିଲେ। ହେଲିକପ୍ଟରଟି ମୁମ୍ବାଇ ଉପକୂଳଠାରୁ ପ୍ରାୟ ୫୦ ସାମୁଦ୍ରିକ ମାଇଲ୍ ଦୂର ଆରବ ସାଗରରେ ଖସି ପଡ଼ିଥିଲା। ତେବେ ଫ୍ଲୋଟର ସାହାଯ୍ୟରେ ହେଲିକପ୍ଟରଟି ଆରବ ସାଗରରେ ଭାସମାନ ଅବସ୍ଥାରେ ରହିଥିଲା। ଏହା ପରେ ନୌସେନାର ଏକ ହେଲିକପ୍ଟର ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲା। ଏହାପରେ ସମସ୍ତଙ୍କୁ ପବନ୍ ହନ୍ସ ଏୟାରବେସକୁ ନିଆଯାଇଥିଲା। ସେଠାରୁ ଗୁରୁତର ଥିବା ୪ଜଣଙ୍କୁ ଚାରିଟି ଆମ୍ବୁଲାନ୍ସ ଜରିଆରେ ମୁମ୍ବାଇର ନାନାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ୪ ଜଣଙ୍କ ମଧ୍ୟରୁ ୩ ଜଣ ଓଏନଜିସିର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣକ ଏକ ତୈଳ କମ୍ପାନିର ଠିକା କର୍ମଚାରୀ। ‌ତେବେ ଅନ୍ୟ ୫ ଜଣ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ବୋଲି ଓଏନଜିସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share Now:

Kalinga News Beuro

Next Post

୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ଜାରିହେଲା ୟେଲୋୱାର୍ଣ୍ଣିଂ

Wed Jun 29 , 2022
ଭୁବନେଶ୍ୱର: ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ସହ ଏହା ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ଢଳି ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ […]
ଭିଜିିବ ସାରା ରାଜ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial