ବିଜେବି କଲେଜ୍ ଛାତ୍ରୀ ଆତ୍ମହତ୍ୟା ଘଟଣା: ସିନିୟରଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ରୁଚିକା

ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ରୁଚିକା

ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନୂଆମୋଡ଼ ନେଇଛି। ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କଲେଜରେ ସିନିୟର ଛାତ୍ରୀମାନଙ୍କ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କାରଣ ମୃତ୍ୟୁ ପୂର୍ବରୁ ଛାତ୍ରୀ ରୁଚିକା ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଛାତ୍ରୀ ନିଜେ ସୁଇସାଇଡ ନୋଟ୍‌ରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି। ରୁଚିକା ଚିଠିରେ ଉଲ୍ଲେଖ ‌କରିଛନ୍ତି ଯେ, ୩ ଜଣ ସିନିଅର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ। କିନ୍ତୁ ରୁଚିକା ଏକଥା ବାପା-ମା’ ଅଥବା ନିଜ ରୁମ୍‌ମେଟକୁ ମଧ୍ୟ କହିପାରି ନଥିଲେ। ତେଣୁ ଶେଷରେ ଜୀବନ ହାରିବା ପାଇଁ ବାଧ୍ୟ ହୋଇଥିଲେ। ବଡ଼ ହୋଇ ସେ କଲେକ୍ଟର ହୋଇଥାନ୍ତେ। ତାଙ୍କ ବାପା-ମା’ଙ୍କ ଲୁହରେ ସେମାନେ ଭାସିଯିବେ ବୋଲି ଉଲ୍ଲେଖ କରିଛନ୍ତି। ଚିଠିରେ ରୁଚିକା ଆହୁରି ଲେଖିଛନ୍ତି ଯେ, ମୁଁ ଜୀବନରେ ବହୁତ ଥକି ଗଲିଣି। ମୋ ବାପା, ବୋଉ ମୋତେ ଏତେ କଷ୍ଟ କରି ପାଠ ପଢାଇଲେ। ଆମ ଘରର ଲୋକଙ୍କର ମୋ ପାଠପଢା ପାଇଁ ଚଳିବା କଷ୍ଟ। ହେଲେ ହଷ୍ଟେଲରେ ମୋ ସିନିୟର ମୋତେ ବହୁତ କଷ୍ଟ ଦେଲେ। ୩ ଜଣ ସିନିୟର ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ଆଉ ସହି ପାରିଲିନି କି ଘରେ କହି ପାରିଲିନି । ମୋତେ ମୋ ବାପା, ବୋଉ, ଅଜା, ଆଇ, ମାମୁ, ମାଇଁ ମଉସା, ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି। ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି। ବାପା, ମା ମୋତେ ବହୁତ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ। ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲା ନାହିଁ। ସୂଚନାଯୋଗ୍ୟ, ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଆଜି ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା।

Share Now:

Kalinga News Beuro

Next Post

ବିଜେବି ଛାତ୍ରୀ ନିବାସରେ ରୁଚିକା ଆତ୍ମହତ୍ୟା ଘଟଣା: ତିନି ସିନିୟର୍ ଛାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି

Sun Jul 3 , 2022
ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାର ୩ ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇ ନଥିବା ବେଳେ, ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ […]
ରୁଚିକା ଆତ୍ମହତ୍ୟା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial