ମୋବାଇଲ ବ୍ୟାଟେରି ଫାଟି ଶିଶୁକନ୍ୟାର ମୁହଁ କ୍ଷତବିକ୍ଷତ ହୋଇଗଲା : ଶିଶୁକୁ ଦେଖି ଡାକ୍ତର ବି ଡରିଗଲେ

ଜୟପୁର : ରାଜସ୍ଥାନ ଉଦୟପୁରରେ ଏକ ଆଚମ୍ବିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫୋନ୍ ବ୍ୟାଟେରି ଫାଟିବାରୁ ଏକ ୫ ବର୍ଷୀୟ ଶିଶୁ କନ୍ୟାର ପାଟି ଫାଟିଯାଇଛି। ଏଭଳି ଦୁର୍ଘଟଣାର ଶିକାର ଶିଶୁକୁ ଚିକିତ୍ସା ଲାଗି ପରିବାର ଲୋକେ ସ୍ଥାନୀୟ ଏମବି ହସପିଟାଲରେ ଶୁକ୍ରବାର ସକାଳ ୮.୩୦ରେ ଭର୍ତ୍ତି କରିଥିଲେ। ଶିଶୁର କ୍ଷତ ବିକ୍ଷତ ଚେହେରା ଦେଖି ଡାକ୍ତର ବି ଚକିତ ହୋଇଗଲେ । କାହିଁକିନା ବ୍ୟାଟେରି ବିସ୍ଫୋରଣରେ ଶିଶୁର ସଂପୂର୍ଣ୍ଣ ମୁହଁ ଛିଣ୍ଡି ରକ୍ତରେ ଜୁଡୁବୁଡୁ ହୋଇଥିଲା।

ଅବସ୍ଥା ଗୁରୁତର ଥିବାରୁ ଏମରଜେନ୍ସିରୁ ଡାକ୍ତରମାନେ ଶିଶୁକୁ ଇଏନଟି ଓପିଡିକୁ ନେଇଥିଲେ । ମୁହଁ ପୁରା ଫାଟି ଯାଇଥିଲା, ତା’ପରେ ସାଙ୍ଗେ ସାଙ୍ଗେ ସେଠାରୁ ଅହମ୍ମଦାବାଦର ବୋଲକରକୁ ନେଇଯାଇଥିଲେ । ପରିବାର ଲୋକଙ୍କ କହିବାନୁସାରେ ଶିଶୁ ଘରେ ମୋବାଇଲ ସହିତ ଖେଳୁଥିବା ସମୟରେ ଖେଳ ଖେଳରେ ବ୍ୟାଟେରିକୁ ପଥରରେ ପିଟି ଦେଇଥିଲା । ତା’ପରେ ମୋବାଇଲ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ବଡ ଧରଣର ଥିଲା ଯେ ପିଲାଟିର ପାଟି ଛିଣ୍ଡି ପଡିଲା ଓ ସେ ବେହୋସ୍ ହୋଇଗଲା ।

ମୋବାଇଲ ବିଶେଷଜ୍ଞଙ୍କ ମୁତାବକ ମୋବାଇଲ ଫୋନ୍ ବ୍ୟାଟେରିରେ ଡ୍ରାଏ ସେଲ୍ ଥାଏ, ଯେଉଁଥିରେ କାର୍ବନ ବା ଲିଥିୟମ ଆୟନ ଲିକ୍ୱିଡ ଥାଏ। ଏହା ଓଭର ଚାର୍ଜିଙ୍ଗ ହେବା ଦ୍ୱାରା ଗରମ ହେବା ପରେ ଗ୍ୟାସ୍ ରିଲିଜ୍ କରେ, ଯଦ୍ୱାରା ବ୍ୟାଟେରି ଫୁଲିଯାଏ । ଏହି ଫୁଲିଥିବା ବ୍ୟାଟେରିକୁ ଜୋରରେ ମାରିଲେ ବା ଅଧିକ ଗରମ ହେଲେ ସଟ୍ ସାର୍କିଟ ହୋଇ ବିସ୍ଫୋରଣ ହୋଇଯାଏ । ଏହି ବିସ୍ଫୋରଣ ବହୁତ୍ ବିପଦଜନକ ଥାଏ ।

Share Now:

Kalinga News Beuro

Leave a Reply

Next Post

ସ୍ମାର୍ଟ ଜନପଥ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Sun Jun 17 , 2018
ଠିକ୍‌ ସମୟରେ କାମ ସରିବା ଦରକାର ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପ୍ରକଳ୍ପ ‘ସ୍ମାର୍ଟ ଜନପଥ’ର କାର୍ଯ୍ୟ ଜୋରଦାର ଚାଲିଛି। ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥକୁ ନୂଆ ରୂପ ଦିଆଯିବ। ହେଲେ ହକି ବିଶ୍ୱକପ୍‌ ପୂର୍ବରୁ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ନୂଆ ରୂପ ପାଇବ। ସ୍ମାର୍ଟ ଜନପଥ କାର୍ଯ୍ୟ ନିର୍ମାଣାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିଶୁ ଭବନ ଛକରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial