୧୦ବର୍ଷ ଜେଲରେ କାଟିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ

ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ଦଶବର୍ଷ ଦଣ୍ଡ ପରେ ବି ଛାଡ଼ିଲେନି ବିଚାରାଳୟ। ଦଶବର୍ଷ ଜେଲଦଣ୍ଡ ଭୋଗିଥିବା କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ। ମିଳିଥିବା ସୂଚନା ମୁତାବକ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ ପତ୍ନୀକୁ ହତ୍ୟା କରିଥିବା ଜଣେ ଦୋଷୀଙ୍କୁ ଏବେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି। ମେ ୧୦,୨୦୧୨ରେ ଏହି ଅମାନୁଷିକ ହତ୍ୟାକାଣ୍ଡ ହୋଇଥିଲା। ନିଜ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ସ୍ୱାମୀ ଜାଳିଦେଇଥିଲେ। ଏପରି ଘଟଣା ଘଟିଥିଲା ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ। ନିଜ ସ୍ତ୍ରୀ ରଞ୍ଜୁ ନାୟକଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲା ସ୍ବାମୀ ଟୁଟୁ ଗୁନୀ। ଟୁଟୁ ଗୁନୀ ବହୁତ୍ ମଦ ପିଉଥିଲା, ଯାହାକୁ ନେଇ ପରିବାର ମଧ୍ୟରେ ବାରମ୍ବାର କଳହ ହେଉଥିଲା। ଏହି କଳହକୁ କେନ୍ଦ୍ରକରି ଟୁଟୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏଥିରେ ଟୁଟୁଙ୍କ ସହ ତାଙ୍କ ବାପା କୈଳାଶ ଗୁନୀ ଓ ମା ସବିତା ଗୁନୀଙ୍କୁ ପୁଲିସ୍ ଗିରଫ କରିଥିଲା। କିଛି ମାସ ପରେ ତାଙ୍କ ବାପା ଓ ମା ଙ୍କୁ ଜାମିନ ମିଳିଯାଇଥିବା ବେଳେ ଟୁଟୁଙ୍କୁ କିନ୍ତୁ ଜାମିନ ମିଳି ନଥିଲା। ଏବେ ସେ ତାଙ୍କର ୧୦ ବର୍ଷ ଜେଲ ଦଣ୍ଡ ଭୋଗ କରିବା ପରେ ତାଙ୍କୁ ପୁଣି କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : ଆନ୍ଧ୍ରରେ ମୋଦୀଙ୍କ ହେଲିକପ୍ଟଟର ନିକଟରେ କଳା ବେଲୁନ୍‌

Mon Jul 4 , 2022
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ବିମାନବନ୍ଦରରୁ ସୋମବାର ଅପରାହ୍ନରେ ଉଡ଼ାଣ ଭରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟଟର ନିକଟରେ କଳା ବେଲୁନ୍‌ ଉଡ଼ିବା ଘଟଣାକୁ କେନ୍ଦ୍ରକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିପୋର୍ଟରୁ ପ୍ରକାଶ, ବିଜୟୱାଡାର ଗଣନାଭରମ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟଟ ନିକଟରେ ଦୁଇଟି କଳା ବେଲୁନ୍‌ ଉଡ଼ୁଥିବା ଦେଖିବା ପାଇଁ ମିଳିଥିଲା। ତେବେ, ପୁଲିସ […]
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial