ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ: ଶ୍ବାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି

ଶ୍ବାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ରୁଚିକା ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଥ୍ୟ ପାଇଁ ଭିସେରା ନମୂନା ପରୀକ୍ଷାଗାରକୁ ପଠାଯାଇଛି। ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମ୍‌ରେ ରୁଚିକା ଶନିବାର ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର୍ଯାତନା ଟପିଯାଇଛି। ଜୀବନ ରଖିବାକୁ ଆଉ ଚାହୁଁନାହିଁ। ତ‌େବେ ରୁଚିକା ଆତ୍ମହତ୍ୟା କରିବାର ୪ ଦିନ ଭିତରେ ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି। ପୁଲିସ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରିଛି। ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ସହିତ ରୁଚିକାଙ୍କ ବାପା, ମା’ ଓ ଭାଇ ଆନ୍ଦୋଳନ ଜାରି ରଖିଛନ୍ତି।

Share Now:

Kalinga News Beuro

Next Post

ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ : ଫେରାର ହୋଇଗଲେ ଶହ ଶହ କଏଦୀ

Wed Jul 6 , 2022
ଆବୁଜା : ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମର ହିଂସାକାଣ୍ଡ ବଢିଯାଇଛି। ମଙ୍ଗଳବାର ରାତିରେ ବୋକୋ ହାରାମର ସଦସ୍ୟମାନେ ରାଜଧାନୀ ଆବୁଜାଠାରେ ଥିବା ଏକ ଜେଲ ଉପରେ ଆକ୍ରମଣ କରି ସେଠାରେ ବନ୍ଦୀ ଥିବା ନିଜର ସଦ୍ୟମାନଙ୍କୁ ଛଡ଼ାଇନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବୋକୋ ହାରାମ ପକ୍ଷରୁ ମଙ୍ଗଳବାର ରାତିରେ ଜେଲ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜେଲର ଜଣେ ସୁରକ୍ଷା ଅଧିକାରୀ ନିହତ ହେବା […]
ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial