ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍‌ ବିବାଦ : ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦର ଶୋଭାଯାତ୍ରା

‘କାଳୀ’ ପୋଷ୍ଟର୍‌ ବିବାଦ

ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’କୁ ବିରୋଧ କରି ଶନିବାର ରାଜଧାନୀ ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦ ଏକ ଶୋଭାଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ମଣ୍ଡି ହାଉସ୍‌ରୁ ବାରାଖମ୍ବା ରୋଡ୍‌ରୁ ନେଇ ଜନ୍ତର ମନ୍ତର ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି। ଏହି ଯାତ୍ରାକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସଶସ୍ତ୍ର ଅନୁମତି ମିଳିଛି। ବିଶ୍ବ ହିନ୍ଦୁ ପରିଷଦ ସମେତ ଅନ୍ୟ କେତେକ ସଂଗଠନ ‘କାଳୀ’ ପୋଷ୍ଟର୍‌ ବିବାଦରୁ ନେଇ ରାଜସ୍ଥାନର ଉଦୟପୁରର କହ୍ନେୟାଲାଲ୍‌ ଏବଂ ଅମରାବତୀର ଉମେଶଙ୍କ ହତ୍ୟାକୁ ବିରୋଧ କରି ଶୋଭାଯାତ୍ରା କରୁଥିବାର ସୂଚନା ରହିଛି। ହିନ୍ଦୁବାଦୀ ପରିଷଦ ଆଜି ସକାଳୁ ହିଁ ‘କାଳୀ’ ପୋଷ୍ଟର୍‌କୁ ବିରୋଧ କରି ରାଜଧାନୀ ଦିଳ୍ଲୀର ରାସ୍ତା ଉପରେ ‌ଶୋଭାଯାତ୍ରା ଆରମ୍ଭ କରିଛି। ମାଆ କାଳୀଙ୍କ ଅପମାନ ହୋଇଥିବା ଅଭିଯୋଗ କରି ହିନ୍ଦୁ ପରିଷଦ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି।
ଉଲ୍ଳେଖଯୋଗ୍ୟ, ପୂର୍ବରୁ ‘କାଳୀ’ ପୋଷ୍ଟର୍‌କୁ ନେଇ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇସାରିଛି। ନିଜ ଫିଲ୍ମର ପୋଷ୍ଟରରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍‌ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଦେଖାଇ ବିବାଦୀୟ ହୋଇପଡ଼ିଥିବା ଲୀନାଙ୍କ ପାଇଁ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି। ଭାରତର ମଦୁରାଇରେ ଜନ୍ମିତା ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଈ ପ୍ରଥମେ ‘କାଳୀ’ ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ଏହାପରେ ହିଁ ସେ ବିବାଦର ପରିସର ଭିତରକୁ ପଶି ଆସିଥିଲେ।

Share Now:

Kalinga News Beuro

Next Post

ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓ ଶିବିର ଠାବ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Sat Jul 9 , 2022
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ ଶିବିର ଠାବ ହୋଇଛି। ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି, ଡିଭିଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ପ୍ରଥମେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥଲା। […]
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial