ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓ ଶିବିର ଠାବ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ-1

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ ଶିବିର ଠାବ ହୋଇଛି। ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି, ଡିଭିଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ପ୍ରଥମେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥଲା। ପରେ ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ସେଠାରେ ବଡ଼ ଧରଣର ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ଏୟାର ଗନ, ଗୁଳିଗୋଳା ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଏଥିସହ ସଂପୃକ୍ତ ଅଞ୍ଚଳରେ ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍ ରେଡ୍ ଜୋନରେ ରାଜଧାନୀ, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍

Sat Jul 9 , 2022
ଭୁବନେଶ୍ବର: କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି। ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ରାଜଧାନୀ‌ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ […]
ପଜିଟିଭ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial