ସହମତିରେ ସମ୍ପର୍କ ରଖିବା ପରେ ବିବାହ ନ କରିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ସହମତିରେ ସମ୍ପର୍କ ରଖିବା

ତିରୁବନ୍ତପୁରମ: ସହମତିରେ ଯୌନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ଯଦି ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବାକୁ ମନା କରନ୍ତି, ତେବେ ଏହାକୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ। ଯଦି ସହମତି ନଥିବା ସତ୍ୱେ ବା ଧୋକା ଦେଇ ସମ୍ପର୍କ ରଖାଯାଏ ତେବେ ଦୁଷ୍କର୍ମ ବୋଲି କହିପାରିବା। ଯୌନ ଉତ୍ପୀଡ଼ନ ଅଭିଯୋଗରେ ଗିରଫ ହୋଇଥିବା କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଓକିଲଙ୍କ ଉପରେ ତାଙ୍କ ସହକର୍ମୀ ଅଭିଯୋଗ ଆଣିଥିଲେ।
କେରଳ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଦୁଇ ଜଣଙ୍କ ମଧ୍ୟରେ ଯଦି ସହମତିରେ ଯୌନ ସମ୍ପର୍କ ସ୍ଥାପିତ ହୋଇଥାଏ ଓ ବିବାହ କରିବାକୁ ପୁରୁଷ ଜଣକ ମନା କରନ୍ତି ତେବେ ଏହାକୁ ଦୁଷ୍କର୍ମ ବୋଲି କୁହାଯିବ ନାହିଁ। ଜଷ୍ଟିସ୍ ଥୋମାସ୍ ତାଙ୍କ ଆଦେଶରେ କହିଛନ୍ତି, ସହମତିରେ ଦୁଇ ଜଣଙ୍କ ସମ୍ପର୍କକୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ବୋଲି ଧରାଯିବ ନାହିଁ, ଯେପର୍ଯ୍ୟନ୍ତ ଯୌନ ସମ୍ପର୍କର ସମ୍ମତି, ଧୋକା ଦେଇ ହୋଇନଥିବ। ସମ୍ପର୍କ ପରେ ଯଦି ବିବାହକୁ ମନା କରିବେ କିମ୍ବା ସମ୍ପର୍କକୁ ବିବାହରେ ପରିଣତ କରିବାରେ ବିଫଳତାକୁ ଦୁଷ୍କର୍ମ ବୋଲି କହିବା ଯଥେଷ୍ଟ କାରଣ ହେବ ନାହିଁ। ଏହି ରାୟ ଦେଇ ହାଇକୋର୍ଟ ଓକିଲଙ୍କୁ ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣରେ ରାଜନୀତି

Sat Jul 9 , 2022
ଏସ୍କାଲେଟର ଲଗାଇବାକୁ ମନ୍ତ୍ରୀ-ବିଧାୟକଙ୍କ ପ୍ରସ୍ତାବ ଭୁବନେଶ୍ବର: ‘ମଣିଷଖିଆ’ ଛକ ଭାବେ ଅପବାଦ ମୁଣ୍ଡାଇଥିବା ପଳାସୁଣି ଛକରେ ହେବାକୁ ଥିବା ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ଏବେ ରାଜନୀତିର ପଶାପାଲିରେ ଛନ୍ଦି ହେବାକୁ ଯାଉଛି। ମୂଳ ନକ୍‌ସା ଓ ତଦନୁଯାୟୀ ଏଷ୍ଟିମେଟ୍‌କୁ ବଦଳାଇବାକୁ ଆସିଥିବା ଏକ ପ୍ରସ୍ତାବକୁ ନେଇ ପୁଣି ଦ୍ଵନ୍ଦ ସୃଷ୍ଟି ହୋଇଛି। ମୂଳ ନକ୍‌ସାରେ ଲିଫ୍ଟ ଲାଗିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ସେଠାରେ ଏସ୍କାଲେଟର ଲଗାଇବାକୁ ରାଜ୍ୟ ସରକାରଙ୍କ […]
ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial