ପାଗ ଖରାପ ହେବାରୁ ବନ୍ଦ ହେଲା ଅମରନାଥ ଯାତ୍ରା

ବନ୍ଦ ହେଲା ଅମରନାଥ ଯାତ୍ରା

କାଶ୍ମୀର : ଖରାପ ପାଗ ଯୋଗୁଁ ଜମ୍ମୁରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଗ ଖରାପ ହେବାରୁ ଦକ୍ଷିଣ କାଶ୍ମୀରରେ ଥିବା ଅମରନାଥକୁ ଯିବା ପାଇଁ ନୂଆ ବ୍ୟାଚଙ୍କୁ ଅନୁମତି ଦିଆଯାଇ ନାହିଁ। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତିି। ଜମ୍ମୁ-କାଶ୍ମୀରର ଅମରନାଥରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେତୁ ପ୍ରାୟ ୪୦ଜଣ ନିଖୋଜ ଥିବାବେଳେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପାଗ ଅନୁକୂଳ ନ ଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଅମରନାଥ ଆଡକୁ ଯିବାକୁ କୌଣସି ନୂଆ ବ୍ୟାଚକୁ ଅନୁମତି ଦିଆଯାଉ ନାହିଁ। ୪୩ଦିନିଆ ବାର୍ଷିକ ତୀର୍ଥଯାତ୍ରା ଜୁନ୍ ୩୦ରୁ ଦୁଇଟି ମାର୍ଗ ଦେଇ ଆରମ୍ଭ ହୋଇଥିଲା। ହେଲେ ପାଗ ଖରାପ ହେତୁ ଏବେ ତୀର୍ଥଯାତ୍ରୀଙ୍କୁ ଅଧାବାଟରେ ଅଟକିବାକୁ ପଡ଼ିିଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେବା ଯୋଗୁ ୧୬ ଜଣ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୪୦ ଜଣ ନିଖୋଜ ହୋଇଯାଇଛନ୍ତି। ୧୫,୦୦୦ରୁ ଅଧିକ ଲୋକଙ୍କୁ ଏ ପର୍ଯ୍ୟନ୍ତ ଆଇଟିବିପି ଉଦ୍ଧାର କରି ସୁରକ୍ଷିତ ସ୍ଥାନାନ୍ତର କରିଛି। ସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ଜମ୍ମୁ-କାଶ୍ମୀର ପୁଲିସ ପ୍ରମୁଖ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗତ ରାତି ତମାମ ବିଶାଳ ଉଦ୍ଧାର ଅଭିଯାନ ଚାଲିଥିଲା ଏବଂ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରାଯାଇଥିଲା। ବର୍ଷା ବିତ୍ପାତ ଯୋଗୁ ଅମରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ବାଦଲଫଟା ବର୍ଷା ଓ ତଜ୍ଜନିତ ବିପର୍ଯ୍ୟୟ ସମୟର ବିକଟ ଚିତ୍ର ପ୍ରତ୍ୟକ୍ଷଦର୍ଶୀମାନେ ବର୍ଣ୍ଣନା କରିବା ଦେଖାଯାଉଛି। ଜନୈକ ତୀର୍ଥଯାତ୍ରୀଙ୍କ କହିବା ଅନୁସାରେ- ପ୍ରବଳ ବର୍ଷାରେ ବଡ଼ବଡ଼ ପଥର ବି ଭାସିଆସିବା ଦେଖାଯାଇଥିଲା।

Share Now:

Kalinga News Beuro

Next Post

ଶାନ୍ତି ରକ୍ଷା କରିବାକୁ ବିକ୍ଷୋଭକାରୀଙ୍କୁ ଅପିଲ କଲେ ଶ୍ରୀଲଙ୍କା ସେନା ମୁଖ୍ୟ

Sun Jul 10 , 2022
କଲମ୍ବୋ: ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ଏହି ଉତ୍ତେଜନା ବନ୍ଦ ହୋଇନାହିଁ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଏଯାଏଁ କବଜା କରି ରଖିଥିବାବେଳେ ଶ୍ରୀଲଙ୍କାର ଆର୍ମି ଷ୍ଟାଫ୍ ଜେନେରାଲ୍ ବା ସେନା ମୁଖ୍ୟ ଶବନ୍ଦ୍ରେ ସିଲୱା ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କ ସମର୍ଥନ ଲୋଡିଛନ୍ତି। ଶ୍ରୀଲଙ୍କା ସେନା ମୁଖ୍ୟ […]
ଶ୍ରୀଲଙ୍କା ସେନା ମୁଖ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial