ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ : ମାଲକାନଗିରି-ଛତିଶଗଡରେ ବହୁ ହିଂସା ଘଟଣା ସହ ସଂପୃକ୍ତ

ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ

ମାଲକାନଗିରି: ଆଗକୁ ସହିଦ ସପ୍ତାହ ଥିବା ବେଳେ ମାଲକାନଗିରିରେ ଏବେ ଠାରୁ ମାଓବାଦୀମାନେ ସକ୍ରିୟ ହେବାକୁ ଲାଗିଲେଣି। ତେବେ ମାଲକାନଗିରି ପୁଲିସ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ଶକ୍ତ ନଜର ରଖିଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଜଣେ ହାର୍ଡକୋର ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ନୀତିଶ ଵାଧବାନୀଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡିଭିଏଫ ଯବାନ ମାଥିଲି ବ୍ଲକର ତୁଳସୀ ପାହାଡ ଅଞ୍ଚଳରେ କମ୍ବିଂ କରିବାକୁ ବାହାରିଥିଲେ। ସେଠାରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା। ଜଂଗଲରେ ଜଣେ ବ୍ୟକ୍ତି ବନ୍ଧୁକ ଧରି ଏପଟ ସେପଟ ହେଉଥିବା ଯବାନ ଦେଖିବାକୁ ପାଇଥିଲେ। ତେବେ ଯବାନ ତୁରନ୍ତ ଜଂଗଲକୁ ଘେରି ଏହି ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରିଥିଲେ। ପଚରାଉଚରା ପରେ ସେ କାଙ୍ଗେର ଘାଟି ଏରିଆ କମିଟିର ପାର୍ଟିମେମ୍ବର ବୋଲି ଜଣାପଡିଥିଲା। ଏହି ନକ୍ସଲର ନାମ ଲକ୍ଷ୍ମଣ ପଡିଆମି ଅରଫ ଛୋଟା ଲକ୍ଷ୍ମଣ(୨୮)।
ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ କାଙ୍ଗେର ଘାଟି ଏବଂ ଛତିଶଗଡର ବିଭିନ୍ନ ଅଞ୍ଚଳରେ କାମ କରୁଥିଲା। ମାଲକାନଗିରି ସମେତ ଛତିଶଗଡର ବିଭିନ୍ନ ଥାନାରେ ଲକ୍ଷ୍ମଣ ନାମରେ ମାମଲା ରହିଥିବା ପୁଲିସ କହିଛି। ମାଥିଲି ଥାନା ଅଞ୍ଚଳରେ ଟେମରୁପାଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ପୋଡିଦେବା, ସରକାରୀ ସଂପତ୍ତିକୁ ଲୁଟ କରିବା, ଠିକାଦାର ସୁକୁମାର ମଣ୍ଡଳକୁ ହତ୍ୟା କରିବା ଭଳି ହିଂସାରେ ସାମିଲ ଥିବା ପୁଲିସ କହିଛି। ଓଡିଶା ସରକାରଙ୍କ ତରଫରୁ ଲକ୍ଷ୍ମଣ ନାମରେ ଏକ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଛତିଶଗଡ ସରକାରଙ୍କ ତରଫରୁ ମଧ୍ୟ ପୁରସ୍କାର ଘୋଷିତ କରାଯାଇଛି। ଲକ୍ଷ୍ମଣ ଠାରୁ ପୁଲିସ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରିଛି। ପୁଲିସ ଲକ୍ଷ୍ମଣକୁ ଧରି ଅଧିକା ପଚରାଉଚରା କରୁଥିବା କୁହାଯାଇଛି।

Share Now:

Kalinga News Beuro

Next Post

ତାଳଦଣ୍ତାରେ ଚାଲିବ କାଶ୍ମୀରର ‘ସିକାରା’

Sun Jul 10 , 2022
ଡୋନଟ୍‌ ବୋଟ୍‌, ଜର୍ବିଙ୍ଗ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକଲର ମଜା ଉଠାଇବେ ପର୍ଯ୍ୟଟକ କଟକ : ତାଳଦଣ୍ତା କେନାଲରେ ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ। ଭାତରରେ ପ୍ରଥମଥର ପାଇଁ ବିଦ୍ୟୁତ୍‌ଚାଳିତ ପେଡାଲ୍‌ ବୋଟ୍‌, ଡୋନଟ୍‌ ବୋଟ୍‌, ଜର୍ବିଙ୍ଗ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକେଲ, କାୟାକି˚ ଓ କାନୋଇ˚କୁ ପର୍ଯ୍ୟଟକମାନେ ତାଳଦଣ୍ତାରେ ଚଲାଇବାର ସୁଯୋଗ ପାଇବେ। ଏଗୁଡ଼ିକ ସହିତ କାଶ୍ମୀର ଡାଲ୍‌ ଲେକ୍‌ରେ ଚଲାଯାଉଥିବା ‘ସିକାରା’ ବୋଟ୍‌ ମଧ୍ୟ ତାଳଦଣ୍ତାରେ ଚଲାଯିବ। ଏହି ବୋଟ୍‌ […]
ତାଳଦଣ୍ତାରେ ଚାଲିବ କାଶ୍ମୀରର ‘ସିକାରା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial