ବଢ଼ିଲା କରୋନା ସଂକ୍ରମଣ: ଭୁବନେଶ୍ୱର ମହାନଗରରେ କଟକଣା କଡ଼ାକଡ଼ି କଲା ବିଏମ୍‌ସି

ବଢ଼ିଲା କରୋନା ସଂକ୍ରମଣ

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗରରେ ବିଏମସି କଟକଣାକୁ କଡ଼ାକଡ଼ି କରିଛି। ଏନେଇ ବିଏମସି ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ୍ ଆଦି ଦୋକାନୀଙ୍କୁ ଭିଡ଼ କରିବା ମନା। ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି। ସିନେମା ହଲ୍, ଅଡିଟୋରିଅମ ଓ ଥିଏଟରରେ ପ୍ରତ୍ୟେକ ଲୋକ ଯେପରି ମୁହଁରେ ମାସ୍କ ପିନ୍ଧି ପ୍ରବେଶ କରିବେ ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଠିକ୍ ସେହିପରି ସେଲୁନ୍ ଓ ସ୍ପାରେ ମଧ୍ୟ କରୋନା ନିୟମ ପାଳନ କରିବାକୁ କୁହାଯାଇଛି। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ଼ କଟକଣା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଜଣେ ଲେଖାଏ ଦାୟିତ୍ବସଂପନ୍ନ ଅଧିକାରୀ ରଖିବାକୁ ସବୁ ମଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ନିୟମ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Share Now:

Kalinga News Beuro

Next Post

ଅବ୍ୟବସ୍ଥିତ ପାର୍କିଂ : ଠିକାଦାରଙ୍କୁ ଡରୁଛି ବିଏମ୍‌ସି

Mon Jul 11 , 2022
ଶୋଷଣର ଶିକାର ହେଉଛନ୍ତି ଜନତା , ମେସିନ ବଦଳରେ ଚାଲିଛି କାଗଜ ରସିଦ୍‌ ଭୁବନେଶ୍ୱର: ବିଏମ୍‌ସିର ପାର୍କିଂ ବ୍ୟବସ୍ଥାରେ ଥିବା ବ୍ୟାପକ ଅନିୟମିତତା ଯୋଗୁଁ ସାଧାରଣ ଜନତା ଶୋଷଣର ଶିକାର ହେଉଛନ୍ତି। ଠିକାଦାର ମାନୁନାହାନ୍ତି ବିଏମ୍‌ସିର ଆଇନକାନୁନ। ବିଏମ୍‌ସିର ସର୍ତ୍ତ ଓ କଟକଣା ସବୁକୁ ଫୁ’ କରି ଦେଉଛନ୍ତି ଠିକାସଂସ୍ଥା। ବେଆଇନ ଭାବେ ହେଉଛି କାଗଜ ରସିଦ୍‌ ବ୍ୟବହାର। ମେସିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ବେଧଡ଼କ ଭାବେ […]
ଅବ୍ୟବସ୍ଥିତ ପାର୍କିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial