ଆଜି ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରୁଛନ୍ତି ତିନି ଠାକୁର

ନୀଳାଦ୍ରି ବିଜେ

ପୁରୀ: ପବିତ୍ର ନୀଳାଦ୍ରି ବିଜେ ଅବସରରେ ଶ୍ରୀଜିଉମାନେ ରତ୍ନବେଦୀକୁ ବିରାଜମାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରୁଛନ୍ତି। ୯ ଦିନିଆ ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରୁଛନ୍ତି। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ତାଳଧ୍ବଜ ରଥରୁ ବଳଭଦ୍ରକୁ ଓହ୍ଲାଯାଇଛି। ବଳଭଦ୍ରଙ୍କୁ ରତ୍ନବେଦୀରେ ବିରାଜମାନ କରାଯିବା ପରେ ଦେବୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ନିଆଯିବ। ଶେଷରେ କାଳିଆ ସାଆନ୍ତ ରତ୍ନ ସିଂହାସନରେ ବିରାଜମାନ କରିବେ। ଘୋଷଯାତ୍ରାର ଏହି ଲୀଳାଖେଳା ଶେଷ ପରେ ମଙ୍ଗଳବାର ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୀଳାଦ୍ରୀ ବିଜେ ଅବସରରେ ବଡ଼ଦାଣ୍ଡ ଉଛୁଳିପଡୁଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଛି। ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରି ନିଜକୁ ଧନ୍ୟ ମଣୁଛନ୍ତି।

Share Now:

Kalinga News Beuro

Next Post

ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଏଏସଆଇ ସହିଦ, ୨ଜଣ ଆହତ

Tue Jul 12 , 2022
ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ପୁଣି ଥରେ ହେଲା ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀମାନେ ଲାଲ ବଜାରର ବ୍ୟସ୍ତବହୁଳ ଅଞ୍ଚଳରେ ପୁଲିସର ତନଖି ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଏଏସଆଇ ସହିଦ ହୋଇଛନ୍ତି। ଏହା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ସେନା ଓ ପୁଲିସ ଟିମ୍ ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଥିବାବେଳେ ଏହି ଅଞ୍ଚଳକୁ ଘେରି ରହିଛନ୍ତି। […]
ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial